ନୂତନ ସଂସଦ ଭବନ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ସେନଗୋଲ' ହସ୍ତାନ୍ତର

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନର ହେବ ଉଦଘାଟନ । ଏହି ସମୟରେ ସେଠାରେ ସ୍ଥାନିତ ହେବ ସେନଗୋଲ । ଏହା ପୂର୍ବରୁ ଆଜି ସେନଗୋଲ ବା 'ରାଜଦଣ୍ଡ' ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହସ୍ତାନ୍ତର କରାଯାଇଛି । ପୂଜାର୍ଚ୍ଚନା ପରେ ଅଧୀନମ ମଠ ମହନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ରାଜଦଣ୍ଡ' ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧୀନମ୍ ନୂତନ ସଂସଦ ଭବନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆଶୀର୍ବାଦ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।
ଚେନ୍ନାଇରୁ ଆସିଥିବା 21 ଜଣ ଅଧୀନମ୍ ପୁରୋହିତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ଭେଟିବା ସହିତ 'ସେନଗୋଲ' ହସ୍ତାନ୍ତର କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଙ୍ଗବସ୍ତ୍ର ଓ ଉପହାର ଦେଇ ସମ୍ମାନିତ କରିଥିଲେ ।
#WATCH | Delhi | Ahead of the inauguration ceremony of #NewParliamentBuilding, PM Narendra Modi meets the Adheenams at his residence and takes their blessings. The Adheenams handover the #Sengol to the Prime Minister pic.twitter.com/Vvnzhidk24
— ANI (@ANI) May 27, 2023
ଆସନ୍ତାକାଲି ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ତାମିଲନାଡୁର ଥିରୁବଦୁଥୁରାଇ ଆଧୀନମ (ମଠ)ର ମୁଖ୍ୟ ପୁରୋହିତ ବିଶେଷ ଅତିଥି ଭାବରେ ଉପସ୍ଥିତ ରହିବେ । ସେନଗୋଲ ଦିଆଯିବା ପୂର୍ବରୁ ମୋଦୀଙ୍କୁ ସୁନେଲି ରଙ୍ଗର ଅଙ୍ଗବସ୍ତ୍ରମ୍ ଦିଆଯାଇଥିଲା ।












Click it and Unblock the Notifications