Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌

ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ ୫୧ କୋଟି ଭୋଟର ଥିବା ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏସ୍‌ଆଇଆର୍‌ ଆସନ୍ତାବର୍ଷ ଫେବୃଆରୀ ୭ରେ ଶେଷ କରି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ବିହାର ପରେ ଏହା ଦ୍ୱିତୀୟ ପର୍ଯ୍ୟାୟ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ। ଏହି ପର୍ଯ୍ୟାୟରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପଣ୍ଡିଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ହେବ। ତାମିଲନାଡୁ, ପଣ୍ଡିଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ଅନୁଷ୍ଠିତ ହେବାକୁ ଯାଉଛି। ସେହିବର୍ଷ ଆସାମରେ ନିର୍ବାଚନ ହେବାକୁ ଥିବାବେଳେ ସେଠାରେ ଭୋଟର ତାଲିକା ସଂଶୋଧନ ତାରିଖ ପରେ ଘୋଷଣା କରାଯିବ।

SIR
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+