ଦେଶରେ ଡିଜିଟାଲ୍ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କଲେ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା
ଦେଶରେ ଡିଜିଟାଲ୍ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବଢ଼ୁଥିବା ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାମୂଳକ ପଦକ୍ଷେପ ପାଇଁ ସେ ଆହ୍ବାନ ଦେଇଛନ୍ତି। ଦେଶରେ ମ୍ୟୁଲ୍ ଆକାଉଣ୍ଟକୁ ଚିହ୍ନଟ କରିବା ସହିତ ସନ୍ଦିଗ୍ଧ କାରବାରଗୁଡ଼ିକୁ ଠିକ୍ ସମୟରେ ଚିହ୍ନଟ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି।

ଶୁକ୍ରବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମାଲହୋତ୍ରା କହିଛନ୍ତି ଯେ ଗ୍ରାହକକୈନ୍ଦ୍ରିକ ପ୍ରୟାସର ଏକ ପ୍ରମୁଖ କାର୍ଯ୍ୟ ଡିଜିଟାଲ୍ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ହେବା ଉଚିତ। ଏଥିସହିତ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କ ସ୍ତରରେ ଏହାକୁ ରୋକିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ।
ଏଥିସହିତ ପରସ୍ପର ମଧ୍ୟରେ ସମନ୍ବୟ ରଖିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହାବ୍ୟତୀତ ଡିଜିଟାଲ ଚାନେଲଗୁଡ଼ିକ ଯୋଗୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି ପାଉଛି। କିନ୍ତୁ ଏଥିରେ ସ୍ବଚ୍ଛତାର ଅଭାବ ରହିଛି। ଋଣ ଆଦାୟ ପ୍ରକ୍ରିୟା ମଧ୍ୟ ଅନେକ ସମୟରେ ଠିକ୍ ରହୁନାହିଁ। ତେଣୁ ଏହା ଉପରେ ଧ୍ୟାନ ଦେବାକୁ ଶ୍ରୀ ମାଲହୋତ୍ରା ପରାମର୍ଶ ଦେଇଥିଲେ।












Click it and Unblock the Notifications