Get Updates
Get notified of breaking news, exclusive insights, and must-see stories!

ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ପଶ୍ଚିମବଙ୍ଗ ଓ ଆସାମ ଗସ୍ତ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ପଶ୍ଚିମବଙ୍ଗ ଓ ଆସାମ ଗସ୍ତରେ ଯିବେ । ଏହି ଅବସରରେ ସେ ଏକାଧିକ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିବେ ।

modi

ଶନିବାର ଅପରାହ୍ନରେ ସେ ପଶ୍ଚିମବଙ୍ଗର ମାଲ୍‌ଦା ଟାଉନ୍ ରେଳ ଷ୍ଟେସନଠାରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହା ହାୱଡାରୁ ଗୁଆହାଟୀ (କାମାକ୍ଷା) ମଧ୍ୟରେ ଚଳାଚଳ କରିବ । ଏଥିସହ ସେ ୩୨୫୦ କୋଟି ଟଙ୍କାର ରେଳ ଓ ସଡକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ । ସେହିଭଳି ରବିବାର ଅପରାହ୍ନ ୩ଟାରେ ସେ ହୁଗୁଳି ଜିଲ୍ଲାର ସିଙ୍ଗୁର ଠାରେ ୮୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ।

ଶନିବାର ମୋଦି ମଧ୍ୟ ଆସାମ ଗସ୍ତରେ ଯାଇ ବୋଡୋ ସମୁଦାୟର ସାଂସ୍କୃତିକ କାର୍ଯ୍ୟକ୍ରମ ବଗୁରୁମ୍ବା ଧୋଉ' ଉତ୍ସବରେ ସାମିଲ ହେବେ । ଏଥିରେ ୧୦ ହଜାରରୁ ଅଧିକ କଳାକାର ଅଂଶଗ୍ରହଣ କରିବେ । ଏଥିସହ ମୋଦି ସବୁଜ ପତାକା ଦେଖାଇ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ (ଗୁଆହାଟୀ-ରୋହତକ ଅମୃତ ଭାରତ ଏକ୍ସପ୍ରେସ ଏବଂ ଦିବ୍ରୁଗଡ- ଲକ୍ଷ୍ନୌ ଅମୃତ ଭାରତ ଏକ୍ସପ୍ରେସ) ଚଳାଚଳର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ ୬୯୫୦ କୋଟି ଟଙ୍କାର କାଜିରଙ୍ଗା ଏଲିଭେଟେଡ କରିଡର ପ୍ରକଳ୍ପର ଭୂମି ପୂଜନ କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+