Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ପୁରଣ ହେଲା ୯ବର୍ଷ, ୧୯ ହଜାର କୋଟିରୁ ଅଧିକ ଟଙ୍କା....

ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ଆଜି ୯ ବର୍ଷ ପୂରଣ ହୋଇଛି। ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା'ମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଏହି ଯୋଜନା ୨୦୧୭ ମସିହା ଜାନୁଆରୀ ୧ ତାରିଖରେ ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ସାମାଜିକ ଓ ଅର୍ଥନୈତିକ ଭାବେ ଅନଗ୍ରସର ମହିଳାମାନଙ୍କୁ ଶିଶୁ ଜନ୍ମକାଳୀନ ଲାଭ ପ୍ରଦାନ କରାଯାଉଛି।

Pradhan Mantri Matru Vandana Yojana

ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପ୍ରଥମ ପିଲା ପାଇଁ ୫ ହଜାର ଟଙ୍କା ସହାୟତା ଦିଆଯାଉଥିବା ବେଳେ ଦ୍ୱିତୀୟ କନ୍ୟା ସନ୍ତାନ ପାଇଁ ୬ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୪ କୋଟି ୫୦ ଲକ୍ଷରୁ ଅଧିକ ଲାଭାର୍ଥୀ ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ବେଳେ ୧୯ ହଜାର କୋଟିରୁ ଅଧିକ ଟଙ୍କା ସେମାନଙ୍କୁ ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+