Corona Vaccine: କୋଭିଡ୍ ଟିକା ପରୀକ୍ଷଣ କରୁଥିବା ତିନି ଦଳର ଡାକ୍ତରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଭିଡ୍ -19 ର ମୁକାବିଲା ପାଇଁ ଟିକା ସମାଧାନ ବାହାର କରିବାକୁ ଏହି କମ୍ପାନୀଗୁଡିକର ବୈଜ୍ଞାନିକମାନଙ୍କର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି | ଏହି ବୈଠକରେ ଟୀକା ବିକାଶ ପାଇଁ ବିଭିନ୍ନ ପ୍ଲାଟଫର୍ମର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା |

ନୂଆଦିଲ୍ଲୀ : କୋଭିଡ୍ ଟିକା ପରୀକ୍ଷଣ କରୁଥିବା ତିନୋଟି ଡାକ୍ତରୀ ଦଳ ସହ ସୋମବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, "ଆଜି କୋଭିଡ୍-19 ଟିକା ବିକାଶ ଦିଗରେ କାର୍ଯ୍ୟ କରୁଥିବା 3 ଟି ଟିମ୍ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ୍ ବୈଠକ କରିଛନ୍ତି । ଏହି ତିନୋଟି ଡାକ୍ତରୀ ଦଳ ପୁନେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ ପ୍ରାଇଭେଟ୍ ଲିମିଟେଡ୍, ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ ଲିମିଟେଡ୍ ଏବଂ ଡଃ ରେଡ୍ଡି ଲାବୋରେଟୋରୀ ଲିମିଟେଡର ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି |

Narendra-Modi

କୋଭିଡ୍ -19 ର ମୁକାବିଲା ପାଇଁ ଟିକା ସମାଧାନ ବାହାର କରିବାକୁ ଏହି କମ୍ପାନୀଗୁଡିକର ବୈଜ୍ଞାନିକମାନଙ୍କର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି | ଏହି ବୈଠକରେ ଟୀକା ବିକାଶ ପାଇଁ ବିଭିନ୍ନ ପ୍ଲାଟଫର୍ମର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା |

କୋଭିଡ୍-19ର ଟୀକା ବିଷୟରେ ମୋଦିଙ୍କ ବିବୃତି

କୋଭିଡ୍-19ର ନିୟାମକ ପ୍ରକ୍ରିୟା ଏବଂ ଆନୁଷଙ୍ଗିକ ପ୍ରସଙ୍ଗରେ କମ୍ପାନୀଗୁଡିକ ସେମାନଙ୍କର ପରାମର୍ଶ ଏବଂ ଧାରଣା ସହିତ ସରକରାଙ୍କ ନିକଟକୁ ଆସିବାକୁ ସ୍ୱାଗତ କରିଛନ୍ତି | ଟୀକା ବିଷୟରେ ସାଧାରଣ ଲୋକଙ୍କୁ ସରଳ ଭାଷାରେ ଅବଗତ କରାଇବା ପାଇଁ ସେମାନେ ଅତିରିକ୍ତ ଉଦ୍ୟମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି | କରୋନା ଭାଇରସ୍ ଟିକା ମାନବ DNA ପରିବର୍ତ୍ତନ କରିବ ନାହିଁ |

କୋଭିଡ -19 ଟିକା ବିକଶିତ କରିବା ପାଇଁ କାର୍ଯ୍ୟ କରୁଥିବା ଦଳଗୁଡିକ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ଦ୍ୱିତୀୟ ଆଲୋଚନା |ଶନିବାର ଦିନ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ, ହାଇଦ୍ରାବାଦ ଏବଂ ପୁନେରେ କରୋନାଭାଇରସ୍ ଟିକା ବିକାଶ ଏବଂ ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+