ସତ୍ୟତା ଯାଞ୍ଚ: COVID-19 ଟିକା ମାନବ DNA ପରିବର୍ତ୍ତନ କରିବ କି ?
ହ୍ୱାଟସଆପରେ ଏକ ଫରୱାର୍ଡ ଭାଇରାଲ ହୋଇଛି | ଯେଉଁଥିରେ ଦାବି କରାଯାଇଛି ଯେ, COVID-19 ଟିକା ଶରୀରରେ mRNA ଅଣୁ ଆଣିବ ଯାହା ଲୋକଙ୍କ DNA ପରିବର୍ତ୍ତନ କରିବ | ପ୍ରସୂତି ଏବଂ ସ୍ତ୍ରୀ ବିଶେଷଜ୍ଞ ଡକ୍ଟର ଖ୍ରୀଷ୍ଟିଆନ ନର୍ଥରୁପ ଦାବି କରିଛନ୍ତି ଯେ, ଆଗାମୀ COVID-19 ଟିକା ମାନବ DNA କୁ ପରିବର୍ତ୍ତନ କରି୍ବ |
ନୂଆଦିଲ୍ଲୀ : ହ୍ୱାଟସଆପରେ ଏକ ଫରୱାର୍ଡ ଭାଇରାଲ ହୋଇଛି | ଯେଉଁଥିରେ ଦାବି କରାଯାଇଛି ଯେ, COVID-19 ଟିକା ଶରୀରରେ mRNA ଅଣୁ ଆଣିବ ଯାହା ଲୋକଙ୍କ DNA ପରିବର୍ତ୍ତନ କରିବ | "ଓପ୍ରା ଶୋ"ରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିଥିବା ପ୍ରସୂତି ଏବଂ ସ୍ତ୍ରୀ ବିଶେଷଜ୍ଞ ଡକ୍ଟର ଖ୍ରୀଷ୍ଟିଆନ ନର୍ଥରୁପ ଦାବି କରିଛନ୍ତି ଯେ, ଆଗାମୀ COVID-19 ଟିକା ମାନବ DNA କୁ ପରିବର୍ତ୍ତନ କରିବା | ଏହି ଟିକା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

37 ମିନିଟର ଲମ୍ବା ସାକ୍ଷାତକାରର 4 ମିନିଟର ଲମ୍ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ତେବେ ଡକ୍ଟର ନର୍ଥରୁପ ତାଙ୍କ ଦାବିକୁ ସମର୍ଥନ କରିବାକୁ କୌଣସି ପ୍ରମାଣ ଦେଇନାହାଁନ୍ତି |
ବିଶେଷଜ୍ଞଙ୍କ ମତ ଅନୁଯାୟୀ, "ଆପଣଙ୍କ ଶରୀରରେ ଏକ ମେସେଞ୍ଜର RNA ଅଣୁ ପ୍ରବେଶ କରି mRNA ଟିକା କାର୍ଯ୍ୟ କରିଥାଏ, ଯାହା ଦ୍ୱାରା କୋଷଗୁଡିକ ଏକ ପ୍ରୋଟିନ୍ ଉତ୍ପାଦନ କରିଥାଏ ଯାହାକି SARS-CoV-2 ଗଠନ କରୁଥିବା ଭାଇରାଲ୍ ପ୍ରୋଟିନ୍ ମଧ୍ୟରୁ ଗୋଟିଏ ସଦୃଶ ଅଟେ | ପ୍ରତିରକ୍ଷା କୋଷଗୁଡ଼ିକ ଏହି ଭାଇରାଲ୍ ପ୍ରୋଟିନ୍ କୁ ଚିହ୍ନନ୍ତି ଏବଂ ଏହା ବିରୁଦ୍ଧରେ ଏକ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ | ମୁଖ୍ୟତଃ ଆଣ୍ଟିବଡି ସୃଷ୍ଟି କରି ଭାଇରାଲ୍ ପ୍ରୋଟିନ୍ ଚିହ୍ନିଥାଏ |"
ତେଣୁ, ଏହି ଦାବିର କୌଣସି ସତ୍ୟତା ନାହିଁ | କରୋନାଭାଇରସ୍ ଟିକା ମାନବ DNA ପରିବର୍ତ୍ତନ କରିବ ନାହିଁ |
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications