ଦେଶକୁ ବିଭାଜିତ କରିବାକୁ ଷଢ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆମକୁ ବିଭାଜିତ କରିବାକୁ ଷଢ଼ଯନ୍ତ୍ର କରୁଥିବା ଶକ୍ତିଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିବାକୁ ପଡିବ ଏବଂ ଏକ ହୋଇ ସେଗୁଡ଼ିକୁ ପରାସ୍ତ କରିବାକୁ ହେବ । ଆଜି ଗୁଜୁରାଟରେ ସୋମନାଥ ସ୍ୱାଭିମାନ ପର୍ବ ସମାରୋହରେ ଏକ ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ସୋମନାଥ ମନ୍ଦିରର ପୁନଃରୁଦ୍ଧାରକୁ ବିରୋଧ କରୁଥିବା ଶକ୍ତିଗୁଡ଼ିକ ଏବେ ଦେଶରେ ଉପସ୍ଥିତ ଅଛନ୍ତି ଓ ସକ୍ରିୟ ମଧ୍ୟ ରହିଛନ୍ତି । ସେ କହିଛନ୍ତି ଏଭଳି ଶକ୍ତି ଭାରତ ବିରୋଧରେ ଷଢ଼ଯନ୍ତ୍ର କରୁଥିବାରୁ ସମସ୍ତଙ୍କୁ ସତର୍କ ଏବଂ ଶକ୍ତିଶାଳୀ ହେବାକୁ ପଡିବ ।

ଶ୍ରୀ ମୋଦୀ କହିଛନ୍ତି ସୋମନାଥ ମନ୍ଦିର ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ଲୋକମାନଙ୍କୁ ଗୁରୁତ୍ୱ ଦିଆଯାଇନଥିଲା ଏବଂ କିଛି ନେତା ଓ ରାଜନେତା ଧାର୍ମିକ ଭାବରେ ଏହି ଆକ୍ରମଣକୁ ଯଥାର୍ଥ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ ।












Click it and Unblock the Notifications