ଜୁନ୍ ୪ ସୁଦ୍ଧା କେରଳ ଓ ତାମିଲନାଡୁ ଛୁଇଁପାରେ ମୌସୁମୀ, ରାଜ୍ୟରେ ଏବେ ବଢିବ ପାରଦ !

ମୌସୁମୀ ବିଳମ୍ବରେ ଚାଲିଛି । ଭାରତୀୟ ପାଣିପାଗ ବିଭାଗର ତାଜା ଆକଳନ ହେଲା- ସମ୍ଭବତଃ ୩-୪ ଦିନ ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶକୁ ଛୁଇଁପାରେ । ମାତ୍ର ଏ ପୂର୍ବାନୁମାନ କେତେ ଠିକ୍ ହେବ, ଏବେଠାରୁ ସ୍ପଷ୍ଟ କହି ହେବନି । ଚଳିତବର୍ଷ ମେ' ୨୬ରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡି ପୂର୍ବାନୁମାନ କରିଥିଲା । କିନ୍ତୁ, ଏଯାଏଁ ମୌସୁମୀ ଆସିଲା ନାହିଁ । ଏପଟେ ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଦେଇଛି, ଆସନ୍ତା ୪-୫ ଦିନ ଭିତରେ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ।

Monsoon

କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଶ୍ୱସ୍ତରୀୟ ଏନସେମ୍ବଲ୍ ମଡେଲ୍ ଏବଂ ଚଳିତ ପାଣିପାଗ ସ୍ଥିତିର ସମୀକ୍ଷା ଅନୁଯାୟୀ, ବର୍ତ୍ତମାନ ମୌସୁମୀ କେରଳ ଛୁଇଁବାର ସମ୍ଭାବ୍ୟ ସମୟ ଜୁନ୍ ୧ ରୁ ୪ ତାରିଖ । ବାୟୁମଣ୍ଡଳୀୟ ସଂଗଠନ ଯଦି ମନ୍ଥର ରହେ, ତେବେ ଏହା ଜୁନ୍ ୫ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚିଯାଇପାରେ। କେରଳରେ ମୌସୁମୀ ବିଳମ୍ବର ଅର୍ଥ ନୁହେଁ ଯେ ଓଡ଼ିଶାରେ ମଧ୍ୟ ସେତିକି ଦିନ ମୌସୁମୀ ଆଗମନ ଡେରି ହେବ। ଅତୀତର ଏଲ୍ନିନୋ ବର୍ଷଗୁଡ଼ିକରେ ଓଡ଼ିଶାରେ ମୌସୁମୀର ଅଗ୍ରଗତି କେରଳରେ ଏହାର ଆଗମନ ତାରିଖ ଅପେକ୍ଷା ବଙ୍ଗୋପସାଗରର ପାଣିପାଗ ପ୍ରକ୍ରିୟା ଦ୍ୱାରା ଅଧିକ ନିୟନ୍ତ୍ରିତ ହୋଇଥାଏ। ୧୯୯୭ ଏବଂ ୨୦୧୫ରେ ବଙ୍ଗୋପସାଗରର ସକ୍ରିୟତା ଯୋଗୁ ପୂର୍ବ ଭାରତରେ ମୌସୁମୀର ଦ୍ରୁତ ଅଗ୍ରଗତି ହୋଇଥିଲା। କିନ୍ତୁ, ୨୦୦୯ ମସିହାରେ ଏହି ଅଗ୍ରଗତି ମନ୍ଥର ଏବଂ କମ୍ ସୁସଂଗଠିତ ଥିଲା। ତଥାପି, ବର୍ତ୍ତମାନର ବାୟୁମଣ୍ଡଳୀୟ ସ୍ଥିତି ଅନୁଯାୟୀ ଓଡ଼ିଶା ଆସନ୍ତା ସପ୍ତାହରେ ଏକ ପରିବର୍ତ୍ତନଶୀଳ ପ୍ରାକ୍-ମୌସୁମୀ ପର୍ଯ୍ୟାୟ ମଧ୍ୟରେ ଗତି କରିବା ସମ୍ଭାବନା ଅଛି।

ପ୍ରଫେସର ପଶୁପାଳକ କହିଛନ୍ତି, ବର୍ତ୍ତମାନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ଅତ୍ୟଧିକ ଆର୍ଦ୍ରତା, ଗରମ ରାତି, ମେଘୁଆ ପାଗ ଏବଂ ବାରମ୍ବାର କାଳବୈଶାଖୀ ଜନିତ ବଜ୍ରପାତ ସହ ବର୍ଷା ସମ୍ଭାବନା ଅଛି। ପଶ୍ଚିମ ଓଡ଼ିଶା ଆକାଶରୁ ବାଦଲ ହଟିଲେ ମଝିରେ ମଝିରେ ଗ୍ରୀଷ୍ମ ପ୍ରବାହ ଦେଖାଦେଇପାରେ। ତେବେ ଦକ୍ଷିଣ-ପଶ୍ଚିମ ଆର୍ଦ୍ର ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହିତ ଖରାର ପ୍ରକୋପ ଧୀରେଧୀରେ ହ୍ରାସ ପାଇବ। ବର୍ତ୍ତମାନ ସବୁଠାରୁ ବଡ଼ ଅନିଶ୍ଚିତତା ବଙ୍ଗୋପସାଗରକୁ ନେଇ ରହିଛି। ଆସନ୍ତା ଏକରୁ ଦୁଇ ସପ୍ତାହ ମଧ୍ୟରେ ଯଦି କେନ୍ଦ୍ରୀୟ କିମ୍ବା ଉତ୍ତର ବଙ୍ଗୋପସାଗରରେ ଏକ ସୁସଂଗଠିତ ଲଘୁଚାପ କ୍ଷେତ୍ର ବିକଶିତ ହୁଏ, ତେବେ ଓଡ଼ିଶାକୁ ମୌସୁମୀ ଆଗମନ ଅତି ଦ୍ରୁତ ହେବ। ଯଦି ବଙ୍ଗୋପସାଗରୀୟ ଖଣ୍ଡ ବିକ୍ଷିପ୍ତ ରହେ, ତେବେ ପରିବର୍ତ୍ତନ ପ୍ରକ୍ରିୟା ଧିମା ହେବ। ସ୍ଥିର ମୌସୁମୀ ବର୍ଷା ସ୍ଥାପିତ ହେବା ପୂର୍ବରୁ ମଝିରେ ମଝିରେ ବଜ୍ରପାତ ସହ ବର୍ଷା, ଗୁଳୁଗୁଳି ପାଗ ଏବଂ ସାମୟିକ ଶୁଷ୍କ ପାଗ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+