ଲକଡାଉନରେ ମିଳିଲାନି ମଦ, ସାନିଟାଇଜର ପିଇ 7 ମୃତ

ଶନିବାର ସକାଳେ ମହାରାଷ୍ଟ୍ରରୁ ଏକ ଦୁଃଖଦ ଖବର ଆସିଛି । ଲକଡାଉନ ଯୋଗୁଁ ମଦ ନ ମିଳିବାରୁ ସାନିଟାଇଜର ପିଇ 7 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ମୁମ୍ବାଇ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ପ୍ରଭାବ ଭୟାବହତା ହେଉଥିବା ବେଳେ କେତେକ ରାଜ୍ୟରେ ପରିସ୍ଥିତି ଅଣାୟତ ହୋଇପଡ଼ିଛି । ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ ଲକଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ ଭଳି ପଦକ୍ଷେପ ନେଇଛନ୍ତି । ଏହି ସମୟରେ, ଶନିବାର ସକାଳେ ମହାରାଷ୍ଟ୍ରରୁ ଏକ ଦୁଃଖଦ ଖବର ଆସିଛି । ଲକଡାଉନ ଯୋଗୁଁ ମଦ ନ ମିଳିବାରୁ ସାନିଟାଇଜର ପିଇ 7 ଜଣଙ୍କର ମୃତ୍ୟୁ ହୋଇଛି । ଏହାସହିତ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

lockdown-liqour

ସୂଚନାନୁସାରେ, ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ୟଭତମାଲ ଜିଲ୍ଲାରେ ମଦ ଦୋକାନ ବନ୍ଦ ରହିଥିଲା । ଏହି ସମୟରେ କିଛି ଲୋକ ମଦ ନମିଳିବାରୁ ସାନିଟାଇଜର ପିଇଦେଇଥିଲେ । ସାନିଟାଇଜରରେ ଆଲକୋହଲ ପରିମାଣ ଥିବାରୁ ଏଥରେ ନିଶା ହେବ ବୋଲି ଭାବି ସେମାନେ ଏପରି କରିଥିବା କୁହାଯାଉଛି । କିନ୍ତୁ ସେମାନଙ୍କ ଅବସ୍ଥଆ ବିଗିଡି ଯାଇଛି । ସେମାନେ ପ୍ରଥମେ ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ପହଞ୍ଚିବା ସମୟରେ 7 ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏଥି ସହିତ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ଶୁକ୍ରବାର ରାତିରେ ବାଣୀ ଗ୍ରାମରେ ଘଟିଥିଲା । କିଛି ଲୋକ ମଦ ଦୋକାନ ପାଖରେ ବହୁ ଚେଷ୍ଟା ପରେ ମଦ ନପାଇବାରୁ ସାନିଟାଇଜର ପିଇଦେଇଥିଲେ । ପୋଲିସ ପକ୍ଷରୁ ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରହିଛି ।

ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବାନୁସାରେ, କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କଠୋର ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ଅନାବଶ୍ୟକ ଭାବରେ କୌଣସି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଲୋକଙ୍କୁ ମଧ୍ୟ ସଚେତନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+