ବିଏମସିରେ ପାଦ ଦେବ ବିଜେପି,ଏକଜିଟ୍ ପୋଲରେ ମିଳିଲା ଏତିକି ପ୍ରତିଶତ ଭୋଟ
୨୦୧୭ ପରେ ପ୍ରଥମ ଥର ପାଇଁ ଆଜି ମୁମ୍ଵାଇରେ ମହାନଗର ନିଗମ ପାଇଁ ଗୁରୁବାର ଶାନ୍ତିପୂର୍ବକ ଭୋଟ ଗ୍ରହଣ ଶେଷ ହୋଇଛି । ତେବେ ଠାକରେ ପରିବାର ପାଇଁ ଏହା ହେଉଛି ଅଗ୍ନି ପରୀକ୍ଷା। କାରଣ ବହୁ ବର୍ଷ ପରେ ଏକାଠି ହୋଇଛନ୍ତି ରାଜ୍ ଠାକରେ ଓ ଉଦ୍ଧବ ଥାକରେ। ସେମାନେ ମିଳିତ ଭାବେ ନିର୍ବାଚନ ଲଢୁଛନ୍ତି। ଆରପଟେ ଅଛନ୍ତି ଏକନାଥ ସିନ୍ଦେଙ୍କ ଶିବସେନା ଓ ବିଜେପି। ଏନସିିପି ଅଲଗା ଭାବେ ନିର୍ବାଚନ ଲଢୁଛି। ସେହିପରି କଂଗ୍ରେସ ମଧ୍ୟ ଅଲଗା ଭାବେ ନିର୍ବାଚନ ଲଢୁଛି। ମୁମ୍ଵାଇ ମହାନଗର ନିଗମ ନିର୍ବାଚନ ଠାକରେ ପରିବାର ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏଥର କିନ୍ତୁ ଗଣିତ ଜଟିଳ।

ଭୋଟଗ୍ରହଣ ପରେ ଜାରି ଏଗଜିଟ୍ ପୋଲ ରିପୋର୍ଟରେ ମୁମ୍ବାଇରେ ବିଜେପିର ମେୟର ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। ଯଦି ଏଗଜିଟ୍ ପୋଲ ଫଳାଫଳ ଉପରେ ବିଶ୍ୱାସ କରାଯାଏ ତେବେ ଦେଶର ଆର୍ଥିକ ମହାନଗରୀରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳୁଥିବାର ଦେଖାଯାଉଛି। ବିଏମସିର ୨୨୭ ୱାର୍ଡରେ ସଂଖ୍ୟାଗରିଷ୍ଠତାର ନମ୍ବର ୧୧୪। ଏସିୟାର ସବୁଠୁ ଧନୀ ନଗର ନିଗମ ମୁମ୍ବାଇର ବୃହନ୍ମୁମ୍ବାଇ ମହାନଗର ପାଳିକା(ବିଏମସି)ର ଅଗାମୀ ବସ୍ କିଏ ହେବ , ଏହାକୁ ନେଇ ଏକ୍ସିସ ମାଇଁ ଇଣ୍ଡିଆ ଅନୁସାରେ ନିର୍ବାଚନରେ ବିଜେପି ଓ ସହଯୋଗୀଙ୍କୁ ୧୩୧ରୁ ୧୫୧ଟି ଆସନ ମିଳିପାରେ।
ସେହିପରି ଜେଭିସି ଏଗଜିଟ ପୋଲ ରିପୋର୍ଟ ଅନୁଯାୟୀ ବିଜେପି ୧୩୮ ସି ଆସନ ଜିତିପାରେ। ଏହି ରିପୋର୍ଟରୁ ଉଦ୍ଧବ ଠାକରେଙ୍କ ଶିବସେନାକୁ ୫୯ଟି ଆସନରେ ଅଟକି ଯାଉଥିବା ଦେଖା ଯାଇଛି। ସେହିପରି କଂଗ୍ରେସକୁ ମାତ୍ର ୨୩ଟି ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି।












Click it and Unblock the Notifications