ନିର୍ବାଚନରେ ଶଶି ଥରୁରଙ୍କ ଭୋଟ୍ ସହ ହେରଫେର୍ ଅଭିଯୋଗରେ କଂଗ୍ରେସର ଜବାବ, ‘ଥରୁରଙ୍କ ଦୋମୁହାଁ ନୀତି'
ସଲମାନ ସୋଜଙ୍କ ଅଭିଯୋଗର ଜବାବ ଦେଇ ମଧୁସୂଦନ କହିଛନ୍ତି ଯେ ଆପଣ ଯାହା କହିଛନ୍ତି, ଆମେ ଆପଣଙ୍କର ପ୍ରତ୍ୟେକ ଅନୁରୋଧକୁ ଗ୍ରହଣ କରିଛୁ, କିନ୍ତୁ ଏହା ସତ୍ତ୍ୱେ ଆପଣ ଗଣମାଧ୍ୟମକୁ ଯାଇ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ।
ନୂଆଦିଲ୍ଲୀ : ପ୍ରାୟ 24 ବର୍ଷ ପରେ କଂଗ୍ରେସ ଦଳ ଜଣେ ଅଣ-ଗାନ୍ଧୀ ପରିବାର ସଦସ୍ୟଙ୍କୁ ଏହାର ଅଧ୍ୟକ୍ଷ ଭାବରେ ପାଇଛି । ବୁଧବାର ଘୋଷିତ ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିବା ମଲ୍ଲିକାର୍ଜୁନ୍ ଖାଡ଼ଗେ ଶଶି ଥରୁରଙ୍କୁ ପରାସ୍ତ କରିଛନ୍ତି । ଏଥିରେ ମୋଟ 9385 ଭୋଟ୍ ମଧ୍ୟରୁ ମଲ୍ଲିକାର୍ଜୁନ୍ ଖାର୍ଗେ 7897 ଭୋଟ୍ ଏବଂ ଶଶି ଥରୁର 1072 ଭୋଟ୍ ପାଇଛନ୍ତି । ତେବେ ଗଣନା ବେଳେ ଶଶି ଥରୁରଙ୍କ ମୁଖ୍ୟ ନିର୍ବାଚନ ଏଜେଣ୍ଟ ସଲମାନ ସୋଜ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ସଭାପତି ମଧୁସୂଦନ ମିସ୍ତ୍ରୀଙ୍କୁ ଏକ ଚିଠି ଲେଖି ଭୋଟ୍ ହେରଫେର୍ ର ଅଭିଯୋଗ କରିଥିଲେ । ସଲମାନ ସୋଜଙ୍କ ଏହି ଅଭିଯୋଗ ଉପରେ ମଧୁସୂଦନ ପ୍ରତିକ୍ରିୟା ଦେଇଛନ୍ତି ।

'ଆମ ଆଗରେ ଗୋଟିଏ କଥା, ଗଣମାଧ୍ୟମ ଆଗରେ ଆଉ ଗୋଟେ'
ସଲମାନ ସୋଜଙ୍କ ଅଭିଯୋଗର ଜବାବ ଦେଇ ମଧୁସୂଦନ କହିଛନ୍ତି ଯେ ଆପଣ ଯାହା କହିଛନ୍ତି, ଆମେ ଆପଣଙ୍କର ପ୍ରତ୍ୟେକ ଅନୁରୋଧକୁ ଗ୍ରହଣ କରିଛୁ, କିନ୍ତୁ ଏହା ସତ୍ତ୍ୱେ ଆପଣ ଗଣମାଧ୍ୟମକୁ ଯାଇ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ମୁଁ ଦୁଃଖର ସହ କହିବାକୁ ପଡୁଛି ଯେ ଆପଣ ଗୋଟେ ମୁହଁରେ ମତେ କହିଛନ୍ତି ଯେ ଆପଣ ଆମର ସମସ୍ତ ଉତ୍ତରରେ ସନ୍ତୁଷ୍ଟ ଏବଂ ଆଉ ଏକ ମୁହଁରେ ଆମ ବିରୁଦ୍ଧରେ ଗଣମାଧ୍ୟମ ନିକଟରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଶଶି ଥରୁର ଏବଂ ମଲ୍ଲିକାର୍ଜୁନ ଖାଡ଼ଗେ ଦୌଡ଼ରେ ଥିଲେ । ନିର୍ବାଚନ ସମୟରେ ଥରୁର ଅଭିଯୋଗ କରିଛନ୍ତି ଯେ କିଛି କଂଗ୍ରେସ ନେତା ଅନ୍ୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗୁଛନ୍ତି, ଯାହା ନିୟମ ବିରୁଦ୍ଧ ଅଟେ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଏହା ଉପରେ ପଦକ୍ଷେପ ନେବା ଉଚିତ ବୋଲି ଶଶି ଥରୁର କହିଥିଲେ । ଶଶି ଥରୁରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଥିଲା ଯେତେବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଖୋଲାଖୋଲି ଭାବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମଲ୍ଲିକାର୍ଜୁନଙ୍କୁ ସମର୍ଥନ ଜଣାଇଥିଲେ ।
ରେକର୍ଡ କଲେ ଥରୁର
ତେବେ ଅଧ୍ୟକ୍ଷ ନିରବାଚନରେ ହାରି ମଧ୍ୟ ଶଶି ଥରୁର ଏକ ରେକର୍ଡ ସୃଷ୍ଟି କରିଛନ୍ତି । 1997 ଏବଂ 2000 ରେ ଅନୁଷ୍ଠିତ ପୂର୍ବ ନିର୍ବାଚନରେ ହାରିଥିବା ପ୍ରାର୍ଥୀଙ୍କ ତୁଳନାରେ ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସର୍ବାଧିକ ଭୋଟ୍ ପାଇଛନ୍ତି । 2000 ମସିହାରେ, ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଜିତେନ୍ଦ୍ର ପ୍ରସାଦ ଏବଂ ସୋନିଆ ଗାନ୍ଧୀ ପ୍ରତିଦ୍ୱନ୍ଦିତା କରୁଥିଲେ । ଏହି ନିର୍ବାଚନରେ ସୋନିଆ ଗାନ୍ଧୀଙ୍କୁ 7448 ଭୋଟ୍ ଏବଂ ଜିତେନ୍ଦ୍ର ପ୍ରସାଦ ମାତ୍ର 94 ଭୋଟ୍ ପାଇଥିଲେ । ଅର୍ଥାତ୍ ସୋନିଆ ଗାନ୍ଧୀ ମୋଟ ବୈଧ ଭୋଟର 98.76 ପ୍ରତିଶତ ଏବଂ ଜିତେନ୍ଦ୍ର ପ୍ରସାଦ ମାତ୍ର 1.24 ପ୍ରତିଶତ ଭୋଟ୍ ପାଇଥିଲେ ।












Click it and Unblock the Notifications