Get Updates
Get notified of breaking news, exclusive insights, and must-see stories!

ସମାଲୋଚନା ପରେ କ୍ଷମା ପ୍ରାର୍ଥନା କଲେ ଲଲିତ ମୋଦୀ, କହିଲେ ଏମିତି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ନିକଟରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଲଣ୍ଡନରେ ପାର୍ଟି କରୁଥିବାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ସେଥିରେ ସେ ଉଭୟଙ୍କୁ ଭାରତର ସବୁଠୁ ବଡ଼ ପଳାତକ ବୋଲି ଲେଖିଥିଲେ, ଯାହା ଦେଶ ପ୍ରତି ତାତ୍ସଲ୍ୟ ଭାବେ ଦେଖାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯିବା ପରେ ଲଲିତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ Xରେ କ୍ଷମା ମାଗିଛନ୍ତି। ଯଦି କାହାର ଭାବନାକୁ ଆଘାତ ଦେଇଥାଏ, ସେଥିପାଇଁ କ୍ଷମା ମାଗୁଛି, ବିଶେଷକରି ଭାରତ ସରକାରଙ୍କୁ, ଯାହାଙ୍କ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି ଲଲିତ ଲେଖିଛନ୍ତି। ସୂଚନାଯୋଗ୍ୟ, ଲଣ୍ଡନର ବେଲଗ୍ରେଭ୍‌ ସ୍କୋୟାରରେ ମାଲ୍ୟାଙ୍କ ୭୦ତମ ଜନ୍ମଦିବସ ଉପଲକ୍ଷେ ଲଲିତ ପାର୍ଟିର ଆୟୋଜନ କରିଥିଲେ। ଆମେ ୨ ଜଣ ଭାରତର ସବୁଠୁ ବଡ଼ ପଳାତକ ବୋଲି ସେ କହୁଥିବା ବେଳେ ମାଲ୍ୟା ହସୁଥିବା ଭିଡିଓରେ ଦେଖାଯାଇଥିଲା।

Lalit Modi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+