ଲକ୍ଷ୍ମୀପୁର ଖେରୀ ମାମଲା : ଆଶିଷ ମିଶ୍ରଙ୍କ ସନ୍ଧାନ ଜାରି ରହିଛି, ଶୀଘ୍ର କରାଯିବ ଗିରଫ - ଆଇଜି ଲକ୍ଷ୍ମୀ ସିଂହ
ଆଇଜି ରେଞ୍ଜ ଲକ୍ଷ୍ନୌ ଲକ୍ଷ୍ମୀ ସିଂଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରର ସନ୍ଧାନ ଜାରି ରହିଛି । ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ।
ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏଫଆଇଆର ରୁଜୁ ହେବା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରକୁ ପୋଲିସ ଗିରଫ କରିପାରି ନାହିଁ । ଏହି ସମୟରେ ଆଇଜି ରେଞ୍ଜ ଲକ୍ଷ୍ନୌ ଲକ୍ଷ୍ମୀ ସିଂଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରର ସନ୍ଧାନ ଜାରି ରହିଛି । ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ।

ଲକ୍ଷ୍ମୀପୁର ଖେରୀରେ ବିରୋଧପ୍ରଦର୍ଶନକାରୀ କୃଷକଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରିବା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ବହରାଇଚ ର ଜଗଜିତ୍ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ଲେଖାଯାଇଛି ଯେ ଆଶିଷ ମିଶ୍ର ତାଙ୍କ କାର ଚାଷୀଙ୍କ ଉପରେ ଚଢାଇଥିଲା ଏବଂ ଗୁଳି ମଧ୍ୟ ଚଳାଇଥିଲା ।
ଉଲ୍ଲେଖଯୋଗ୍ୟ, ଅକ୍ଟୋବର 3 ରବିବାର ଦନ ଲକ୍ଷ୍ମୀପୁର ଖେରୀରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଉପରେ ଗାଡ଼ି ଚଢାଇ ଦିଆଯାଇଥିଲା । ଏହି ଘଟଣାରେ 4 ଜଣ କୃଷକଙ୍କ ସମେତ ଅନ୍ୟ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଦୁଇଜଣ ବିଜେପି କର୍ମୀ, ଡ୍ରାଇଭର ଏବଂ ସାମ୍ବାଦିକ ଅଛନ୍ତି । କୃଷକମାନେ ଅଭିଯୋଗ କରିଛନ୍ତି ଯେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କାର ଚଢାଇଥିଲେ । ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।
ଅପରପକ୍ଷରେ ଏହି ଘଟଣାରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଏକ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହି ଘଠଣାରେ କିଏ ଦୋଷୀ, କାହା ନାମରେ ଏଫଆଇଆର୍ ଅଛି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications