For Quick Alerts
Turn On Notification  
For Daily Alerts
Oneindia App Download

ଲକ୍ଷ୍ମୀପୁର ଖେରୀ ମାମଲା : ଆଶିଷ ମିଶ୍ରଙ୍କ ସନ୍ଧାନ ଜାରି ରହିଛି, ଶୀଘ୍ର କରାଯିବ ଗିରଫ - ଆଇଜି ଲକ୍ଷ୍ମୀ ସିଂହ

ଆଇଜି ରେଞ୍ଜ ଲକ୍ଷ୍ନୌ ଲକ୍ଷ୍ମୀ ସିଂଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରର ସନ୍ଧାନ ଜାରି ରହିଛି । ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ।

|

ଲକ୍ଷ୍ନୌ : ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଏଫଆଇଆର ରୁଜୁ ହେବା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରକୁ ପୋଲିସ ଗିରଫ କରିପାରି ନାହିଁ । ଏହି ସମୟରେ ଆଇଜି ରେଞ୍ଜ ଲକ୍ଷ୍ନୌ ଲକ୍ଷ୍ମୀ ସିଂଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରର ସନ୍ଧାନ ଜାରି ରହିଛି । ତାକୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ।

Lucknow police

ଲକ୍ଷ୍ମୀପୁର ଖେରୀରେ ବିରୋଧପ୍ରଦର୍ଶନକାରୀ କୃଷକଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କରିବା ଘଟଣାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ବହରାଇଚ ର ଜଗଜିତ୍ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆରରେ ଲେଖାଯାଇଛି ଯେ ଆଶିଷ ମିଶ୍ର ତାଙ୍କ କାର ଚାଷୀଙ୍କ ଉପରେ ଚଢାଇଥିଲା ଏବଂ ଗୁଳି ମଧ୍ୟ ଚଳାଇଥିଲା ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର 3 ରବିବାର ଦନ ଲକ୍ଷ୍ମୀପୁର ଖେରୀରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଉପରେ ଗାଡ଼ି ଚଢାଇ ଦିଆଯାଇଥିଲା । ଏହି ଘଟଣାରେ 4 ଜଣ କୃଷକଙ୍କ ସମେତ ଅନ୍ୟ 4 ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଦୁଇଜଣ ବିଜେପି କର୍ମୀ, ଡ୍ରାଇଭର ଏବଂ ସାମ୍ବାଦିକ ଅଛନ୍ତି । କୃଷକମାନେ ଅଭିଯୋଗ କରିଛନ୍ତି ଯେ ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ର କାର ଚଢାଇଥିଲେ । ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଅପରପକ୍ଷରେ ଏହି ଘଟଣାରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତିଙ୍କ ଏକ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହି ଘଠଣାରେ କିଏ ଦୋଷୀ, କାହା ନାମରେ ଏଫଆଇଆର୍ ଅଛି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
lakhimpur kheri case : We will arrest all accused - IG Lucknow Range Laxmi Singh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X