Get Updates
Get notified of breaking news, exclusive insights, and must-see stories!

'ଲକ୍ଷ୍ମୀପୁର ମାମଲାରେ ଅଭିଯୁକ୍ତ କିଏ, କାହକୁ କରାଯାଇଛି ଗିରଫ' ; ୟୁପି ସରକାରଙ୍କ ଠାରୁ ରିପୋର୍ଟ ମାଗିଲେ ସୁପ୍ରିମ କୋର୍ଟ

ଅଭିଯୁକ୍ତ କିଏ, କାହା ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ କିଏ ଗିରଫ ହୋଇଛି ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି ।

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲ୍ଲାରେ ଅକ୍ଟୋବର 3 ରେ ଘଟିଥିବା ହିଂସାରେ ଆଠ ଜଣଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି । ଲକ୍ଷ୍ମୀପୁର ଖେରୀରେ 4 ଜଣ ଚାଷୀଙ୍କ ସମେତ 8 ଜଣଙ୍କର ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରୁଛି । ତେବେ ପୂର୍ବରୁ ହିଂସା ମାମଲାରେ ଦୁଇ ଓକିଲଙ୍କ ପକ୍ଷରୁ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା ।

supreme court of India

ଗୁରୁବାର ଦିନ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ପ୍ରଧାନ ବିଚାରପତି ରମଣା କହିଛନ୍ତି ଯେ ଦୁଇ ଓକିଲ ମଙ୍ଗଳବାର ଦିନ କୋର୍ଟଙ୍କୁ ଏକ ଚିଠି ଲେଖିଛନ୍ତି, ଆମେ ଆମର ରେଜିଷ୍ଟ୍ରିକୁ ଏହାକୁ ଜନହିତ ଯାଚିକା ଭାବେ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛୁ, କିନ୍ତୁ ଭୁଲ ଯୋଗାଯୋଗ ହେତୁ ସେ ଏହାକୁ ସ୍ୱତଃ ହସ୍ତକ୍ଷେପ ଭାବେ ପଞ୍ଜୀକୃତ କରିଛନ୍ତି ।

ଏଥି ସହିତ ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏକ ଏସଆଇଟି ଗଠନ କରାଯାଇଛି ଏବଂ ଏକକ ସଦସ୍ୟ ବିଶିଷ୍ଟ ଯାଞ୍ଚ ଆୟୋଗ ଗଠନ କରାଯାଇଛି, ଯାହାଫଳରେ ସ୍ଥିତି ରିପୋର୍ଟ ମଧ୍ୟ ଦାଖଲ କରାଯାଇପାରିବ । ଯାହା ଉପରେ ଅଭିଯୁକ୍ତ କିଏ, କାହା ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ କିଏ ଗିରଫ ହୋଇଛି ସେ ସମ୍ପର୍କରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ହେବ ।

ପ୍ରଧାନ ବିଚାରପତି ଏନ ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହେମା କୋହଲିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ବେଞ୍ଚ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ଶୁଣାଣି ଆରମ୍ଭ କରିଛନ୍ତି । ଶୁଣାଣି ଚାଲିଥିବା ଏହି ହିଂସା ମାମଲାର ଶିରୋନାମା ରହିଛି 'ଭାଓଲେନ୍ସ ଇନ୍ ଲକ୍ଷ୍ମୀପୁର କେରୀ ଲିଡିଂ ଟୁ ଲାସ୍ ଅଫେ ଲାଇଫ୍' । ଗଣମାଧ୍ୟମ ରିପୋର୍ଟ ଏବଂ ଓକିଲଙ୍କ ଚିଠି ଉପରେ ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+