ଆଜିଠୁ ଏହି ସବୁ କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ, କଠୋର ହେବ ୟୁପିଆଇ
ଶେଷ ହୋଇଛି ୨୦୨୫, ଆସିଛି ନୂଆ ବର୍ଷ ୨୦୨୬ । ନୂଆ ବର୍ଷର ଆରମ୍ଭ ସହିତ ଅନେକ ବଡ଼ ଆର୍ଥିକ ନିୟମ ମଧ୍ୟ ବଦଳୁଛି, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । ୧ ଜାନୁଆରି ଅର୍ଥାତ ଆଜିଠାରୁ LPG ଗ୍ୟାସ୍ ଦରଠାରୁ ଆରମ୍ଭ କରି ପାନ୍, ଆଧାର, ନୂଆ ପେ-କମିଶନ ପର୍ଯ୍ୟନ୍ତ... ଅନେକ ନିୟମ ବଦଳୁଛି । ଆସନ୍ତୁ ଏହି ନିୟମଗୁଡ଼ିକ ବିଷୟରେ ଏବଂ ଆପଣଙ୍କ ଜୀବନରେ ଏହାର କି ପ୍ରଭାବ ପଡ଼ିବ, ସେ ବିଷୟରେ ବିସ୍ତାର ଭାବରେ ଜାଣିବା।

ପାନ୍-ଆଧାର ଲିଙ୍କ୍
ଆଧାର କାର୍ଡ ଏବଂ ପାନ କାର୍ଡକୁ ଲିଙ୍କ୍ କରିବାର ସମୟସୀମା ଡିସେମ୍ବର ମାସରେ ଶେଷ ହୋଇଛି । ଯଦି ଆପଣ ଏଗୁଡ଼ିକୁ ଲିଙ୍କ୍ କରିନାହାନ୍ତି, ତେବେ ୧ ଜାନୁଆରିରୁ ଏହା ନିଷ୍କ୍ରିୟ ହୋଇଯିବ । ଫଳରେ ଆପଣ ITR ରିଫଣ୍ଡ, ରସିଦ ଏବଂ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ । ଏଥିସହିତ, ପାନ କାର୍ଡ ନିଷ୍କ୍ରିୟ ହେବା ଯୋଗୁଁ ଆପଣ ଅନେକ ସରକାରୀ ଯୋଜନାର ଲାଭରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି ।
କଠୋର ହେବ ୟୁପିଆଇ, ସିମ୍ ଏବଂ ମେସେଜିଂ ନିୟମ
ବ୍ୟାଙ୍କ UPI ଏବଂ ଡିଜିଟାଲ୍ ପେମେଣ୍ଟ ନିୟମକୁ ଅଧିକ କଠୋର କରାଯାଉଛି । ଜାଲିଆତି ରୋକିବା ପାଇଁ SIM ଭେରିଫିକେସନ୍ ନିୟମକୁ ମଧ୍ୟ କଡ଼ାକଡ଼ି କରାଯାଉଛି, ଯାହାଦ୍ୱାରା WhatsApp, Telegram ଏବଂ Signal ଭଳି ଆପ୍ସ ମାଧ୍ୟମରେ ହେଉଥିବା ଠକେଇକୁ କମ୍ କରାଯାଇପାରିବ ।
ଏଫଡି ଯୋଜନା ଏବଂ ଋଣ
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ HDFC ଭଳି ବ୍ୟାଙ୍କଗୁଡ଼ିକ ଋଣ ସୁଧ ହାର କମାଇ ଦେଇଛନ୍ତି, ଯାହା ୧ ଜାନୁଆରିରୁ କାର୍ଯ୍ୟକାରୀ ହେବ । ସେହିଭଳି ଜାନୁଆରିରୁ ନୂଆ ଫିକ୍ସଡ୍ ଡିପୋଜିଟ୍ ସୁଧ ହାର ମଧ୍ୟ ଲାଗୁ ହେବ । ଏହା ଆପଣଙ୍କ ବିନିଯୋଗ ଉପରେ
LPG ସିଲିଣ୍ଡର ଦର
ପ୍ରତି ମାସରେ LPG ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ୧ ଜାନୁଆରିରୁ ମଧ୍ୟ କମର୍ସିଆଲ LPG ଦର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୧୧ ଟଙ୍କା ବୃଦ୍ଧି ହୋଇଛି । ଯାହାର ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡ଼ିବ । କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୧ ଡିସେମ୍ବରରେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ୧୦ ଟଙ୍କା ହ୍ରାସ କରାଯାଇଥିଲା, ଦିଲ୍ଲୀରେ ଏହାର ମୂଲ୍ୟ ୧,୫୮୦.୫୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୬୯୧.୫୦ ଟଙ୍କାରେ ପହଞ୍ଚିଛି ।
ସିଏନଜି-ପିଏନଜି ଏବଂ ଏଟିଏଫ୍
ତୈଳ କମ୍ପାନିଗୁଡ଼ିକ ପ୍ରତି ମାସରେ ଏଲପିଜି ସହିତ ସିଏନଜି-ପିଏନଜି ଏବଂ ଏଟିଏଫ୍ ଦର ମଧ୍ୟ ବଦଳାଇଥାନ୍ତି । ୧ ଜାନୁଆରିରୁ LPG ସହିତ CNG, PNG ଏବଂ ଜେଟ୍ ଫ୍ୟୁଲ୍ ଦରରେ ପରିବର୍ତ୍ତନ କରାଯାଇପାରେ । ATFକୁ ଜେଟ୍ ଫ୍ୟୁଲ୍ ମଧ୍ୟ କୁହାଯାଏ । ଏହାର ଦର ଘରୋଇ ଏବଂ ଅନ୍ତର୍ଜାତୀୟ ଉଭୟ ପାଇଁ ଅଲଗା ଅଲଗା ଧାର୍ଯ୍ୟ କରାଯାଏ ।
ଅଷ୍ଟମ ବେତନ କମିସନ
ଆଶା କରାଯାଉଛି ଯେ ସରକାର ଅଷ୍ଟମ ବେତନ କମିସନକୁ ୧ ଜାନୁଆରି ୨୦୨୬ରୁ କାର୍ଯ୍ୟକାରୀ କରିବେ, ଯଦିଓ ଏହାକୁ ଲାଗୁ କରିବା ପାଇଁ ଅଧିକ ସମୟ ଲାଗିପାରେ । ଏହାର ଅର୍ଥ ହେଉଛି ଅଷ୍ଟମ ବେତନ କମିସନ ଲାଗୁ ହେବା ପରେ କର୍ମଚାରୀଙ୍କ ଦରମା ଏବଂ ପେନସନ୍ ୧ ଜାନୁଆରି ୨୦୨୬ରୁ ହିସାବ କରି ଦିଆଯିବ । ସୂଚନାଯୋଗ୍ୟ ଯେ, ସପ୍ତମ ବେତନ କମିସନର ଅବଧି ୩୧ ଡିସେମ୍ବର ୨୦୨୫ ରେ ଶେଷ ହେବ ।
କୃଷକଙ୍କ ପାଇଁ ନିୟମ
ୟୁପି ଭଳି ଅନ୍ୟ ରାଜ୍ୟରେ କୃଷକମାନଙ୍କୁ PM-କିଷାନ ଯୋଜନାର ଲାଭ ପାଇବା ପାଇଁ 'ୟୁନିକ୍ କିଷାନ ID' ର ଆବଶ୍ୟକତା ପଡ଼ିବ । PM କିଷାନ ଫସଲ ବୀମା ଯୋଜନା ଅଧୀନରେ, ଯଦି ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ନଷ୍ଟ ହୁଏ ଏବଂ ୭୨ ଘଣ୍ଟା ମଧ୍ୟରେ ଏହାର ରିପୋର୍ଟ କରାଯାଏ, ତେବେ ତାହାକୁ ମଧ୍ୟ ଏବେ ବୀମା ଅଧୀନରେ କଭର କରାଯାଇପାରିବ ।
ଗାଡ଼ିର ମୂଲ୍ୟ ବୃଦ୍ଧି
୧ ଜାନୁଆରି ୨୦୨୬ ରୁ ଭାରତରେ ଅନେକ ପ୍ରମୁଖ ଅଟୋମୋବାଇଲ୍ କମ୍ପାନି ସେମାନଙ୍କ ଗାଡ଼ିର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । ନିସାନ, BMW, JSW MG ମୋଟର, Renault ଏବଂ ଏଥର ଏନର୍ଜି ଗାଡ଼ିର ଦାମରେ ୩୦୦୦ ଟଙ୍କାରୁ ଆରମ୍ଭ କରି ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କହିଛନ୍ତି । ଟାଟା ମୋଟର୍ସ ଏବଂ ହୋଣ୍ଡା ଭଳି କମ୍ପାନି ମଧ୍ୟ ମୂଲ୍ୟ ବୃଦ୍ଧିର ସଙ୍କେତ ଦେଇଛନ୍ତି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications