ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ହଟିଲା ଆମେରିକାର ନୌସେନା ବ୍ଲକେଡ୍

ଇରାନ ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ହଟିଲା ଆମେରିକାର ନୌସେନା ବ୍ଲକେଡ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତର୍ଜାତୀୟ ସ୍ତରର ବଡ଼ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି । ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଗତ କିଛି ସପ୍ତାହ ଧରି ସାମୁଦ୍ରିକ ବାଣିଜ୍ୟର ପ୍ରମୁଖ କେନ୍ଦ୍ର 'ହର୍ମୁଜ ପ୍ରଣାଳୀ' ଉପରେ ଲାଗିଥିବା ଆମେରିକୀୟ ନୌସେନା ପ୍ରତିବନ୍ଧକ ହଟାଇ ଦିଆଯାଇଛି ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।

ଏହା ବଡ଼ ଚୁକ୍ତି ଆଡ଼କୁ ଆମେରିକାର ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଗତ ଏପ୍ରିଲ ମାସରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଇରାନର ଅର୍ଥନୀତି ଉପରେ ଚାପ ପକାଇବା ପାଇଁ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଇରାନର ତେଲ ରପ୍ତାନି ଉପରେ ସାମୁଦ୍ରିକ ପ୍ରତିବନ୍ଧକ ଲଗାଇଥିଲେ । ବିଶ୍ୱର ପ୍ରାୟ ୨୦ପ୍ରତିଶତ ତେଲ ଏହି ରାସ୍ତା ଦେଇ ଯାଉଥିବାରୁ, ଏହା ଦ୍ୱାରା ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇବା ସହ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Donald Trump

ତେବେ ଚୂଡାନ୍ତ ଚୁକ୍ତି ପୂର୍ବରୁ ଇରାନ ଆଗରେ ଟ୍ରମ୍ପ ୪ଟି କଡ଼ା ସର୍ତ୍ତ ରଖିଛନ୍ତି । ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଟ୍ରୁଥ୍ ସୋସିଆଲ୍'ରେ ଲେଖିଛନ୍ତି ଯେ ଆମେରିକା ପ୍ରତିବନ୍ଧକ ହଟାଇବା ବଦଳରେ ଇରାନ ହର୍ମୁଜ ପ୍ରଣାଳୀକୁ ତୁରନ୍ତ ସମ୍ପୂର୍ଣ୍ଣ ମାଗଣାରେ ସମସ୍ତଙ୍କ ପାଇଁ ଖୋଲିବ । ସେହିପରି ସମୁଦ୍ରରେ ବିଛାଯାଇଥିବା ସମସ୍ତ ମାଇନ୍ସ ଗୁଡ଼ିକୁ ସଫା କରାଯାଉ । ଇରାନ କେବେହେଲେ ପରମାଣୁ ବୋମା ତିଆରି କରିବ ନାହିଁ ବୋଲି ସ୍ପଷ୍ଟ ପ୍ରତିଶ୍ରୁତି ଦେଉ । ପୂର୍ବରୁ ବୋମାମାଡ଼ ହୋଇଥିବା ସ୍ଥାନଗୁଡ଼ିକରୁ ଇରାନର ସମସ୍ତ ସମୃଦ୍ଧ ୟୁରାନିୟମ ନଷ୍ଟ କରିବା ପାଇଁ ଆମେରିକାକୁ ଅନୁମତି ଦିଆଯାଉ ।

ଟ୍ରମ୍ପ ଏବେ ଏହି ଚୁକ୍ତିର ଅନ୍ତିମ ରୂପରେଖ ପାଇଁ ହ୍ୱାଇଟ୍ ହାଉସର 'ସିଚୁଏସନ୍ ରୁମ୍'ରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଛନ୍ତି । ଏହି ଘୋଷଣା ଫଳରେ ବିଶ୍ୱ ବଜାରରେ ଯୁଦ୍ଧର ଆଶଙ୍କା କମିଛି । ତେଲ ବଜାର ସ୍ଥିର ହେବା ସହ କ୍ରିପ୍ଟୋକରେନ୍ସି ବଜାରରେ ମଧ୍ୟ ବଡ଼ ସୁଧାର ଦେଖିବାକୁ ମିଳିଛି । ବିଟକଏନ୍ ପୁଣି ଥରେ ପ୍ରାୟ ୭୪,୦୦୦ ଡଲାର ଛୁଇଁଛି । ବର୍ତ୍ତମାନ ସୁଦ୍ଧା ଇରାନ ପକ୍ଷରୁ ଏହା ଉପରେ କୌଣସି ଔପଚାରିକ ପ୍ରତିକ୍ରିୟା ମିଳିନାହିଁ । ପରିସ୍ଥିତି ଏବେ ଅତ୍ୟନ୍ତ ସମ୍ବେଦନଶୀଳ ରହିଛି ଏବଂ ଆଗାମୀ କିଛି ଘଣ୍ଟା ମଧ୍ୟରେ ବିଶ୍ୱ ରାଜନୀତିରେ ବଡ଼ ଟ୍ୱିଷ୍ଟ ଆସିପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+