କେନ୍ଦ୍ରକୁ 1000 ଅତିରିକ୍ତ ଆଇସିୟୁ ବେଡ୍ ମାଗିଲେ ଦିଲ୍ଲୀ ସରକାର
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଅତିରିକ୍ତ 1000 1000 ଆଇସିୟୁ ବେଡ୍ ମାଗିଛନ୍ତି ଦିଲ୍ଲୀ ସରକାର |
ନୂଆଦିଲ୍ଲୀ : କେନ୍ଦ୍ରକୁ ଅତିରିକ୍ତ 1000 ଆଇସିୟୁ ବେଡ୍ ମାଗିଛନ୍ତି ଦିଲ୍ଲୀ ସରକାର | ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ଲକ୍ଷ୍ୟରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏହି ଦାବି ରଖିଛନ୍ତି | ଏଥି ସହିତ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି | ମଙ୍ଗଳବାର କୋଭିଡ୍ ପରିସ୍ଥିତି ନେଇ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ |

ୟୁରୋପ ଏବଂ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢ଼ିଛି, ଏଭଳି ପରିସ୍ଥିତିରେ ଆମକୁ ସତର୍କ ରହିବା ସହ ସାମାଜିକ ଦୂରତା ତଥା ମାସ୍କକୁ ବାଧ୍ୟତାମୂଳକ କରିବା ନେଇ ଏହି ବୈଠକରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ୍ ଶାହା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି | ସ୍ୱାସ୍ଥ୍ୟ ସଚିବ ଆଗାମୀ ଦିନ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଦିଲ୍ଲୀ, କେରଳ, ମହାରାଷ୍ଟ୍ର ଏବଂ ରାଜସ୍ଥାନକୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ |












Click it and Unblock the Notifications