ବାଂଲାଦେଶ ହିଂସା ; ମୁହଁ ଖୋଲିଲା ଭାରତ କହିଲା ସଂଖ୍ୟାଲଘୁଙ୍କ ଉପରେ ଏମିତି ଅତ୍ୟାଚାର ଦୁର୍ଭାଗ୍ୟଜନକ
ବାଂଲାଦେଶର କଠୋରପନ୍ଥୀ ଭାରତ ବିରୋଧୀ ଯୁବ ନେତା ଶରିଫ୍ ଓସମାନ୍ ହାଦିଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ବିରୋଧୀ ଆଭିମୁଖ୍ୟ ବଢ଼ିବାରେ ଲାଗିଛି। ଯୋଜନାବଦ୍ଧ ଭାବେ ଭାରତ ବିରୋଧୀ ଉତ୍ତେଜନା ବଢ଼ାଇବାକୁ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀ ପ୍ରୟାସ କରୁଛନ୍ତି। ଆଜି ମହମ୍ମଦ ଯୁନୁସଙ୍କ ଅନ୍ତରୀଣ ସରକାର ହାତିଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ କରିବା ସହ ହିଂସାକୁ ନିନ୍ଦା କରିଛନ୍ତି। ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଅନ୍ତରୀଣ ସରକାରର କେତେକ ପଦାଧିକାରୀ ଉଦ୍ବେଗ ପ୍ରକାଶ କରିଥିବା ବେଳେ ବାସ୍ତବ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ସଂଖ୍ୟାଲଘୁ ହିନ୍ଦୁଙ୍କ ଏଭଳି ସ୍ଥିତି ନେଇ ଭାରତର କଂଗ୍ରେସ ସାଂସଦ ଶଶୀ ଥରୁର ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଯୁନୁସ୍ ସରକାର ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ପ୍ରତିବଦ୍ଧ କି ବୋଲି ପ୍ରଶ୍ନ କରିଛନ୍ତି।

ଗତକାଲିର ଭୀଷଣ ହିଂସାକୁ ଦେଖି ଆଜି ଢାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରଖାଯାଇଥିବା ବେଳେ ଡ୍ରୋନ୍ ନିଷିଦ୍ଧ କରାଯାଇଛି। ସମସ୍ତ ସମ୍ଭେଦନଶୀଳ ଅଂଚଳରେ ପୁଲିସ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଜି ମଧ୍ୟ ହଜାର ହଜାର ଜନତା କଟକଣାକୁ ବେଖାତିର କରି ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାଦିଙ୍କ ମୃତ୍ୟୁ ବୃଥା ଯିବନାହିଁ ବୋଲି କଠୋରପନ୍ଥୀ ନେତାମାନେ କହିଛନ୍ତି। ଗତକାଲି ଚଟ୍ଟଗ୍ରାମରେ ଭାରତୀୟ ହାଇକମିସନରଙ୍କ କାର୍ଯ୍ୟାଳୟ ତଥା ବାସଭବନ ଉପରେ ପଥର ମାଡ଼ ଘଟଣାକୁ ଭାରତ ଗମ୍ଭୀରତାର ସହ ନେଇଛି ଏବଂ ଦୂତାବାସ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛି। ସୂଚନାଯୋଗ୍ୟ, ହାଦିଙ୍କ ହତ୍ୟାକାରୀମାନେ ଭାରତ ପଳାଇଥିବା ଦାବି କରି କେତେକ ଚରମପନ୍ଥୀ ଗୋଷ୍ଠୀ ଲୋକଙ୍କ ଭାରତ ବିରୋଧୀ ମନୋଭାବକୁ ଉସୁକାଉଛନ୍ତି। ଆମେରିକୀୟ ଦୂତାବାସ ମଧ୍ୟ ଅଧିକ ହିଂସାର ସମ୍ଭାବନା ନେଇ ଚେତାବନୀ ଜାରି କରିଛି। ବାଂଲାଦେଶର ଏଭଳି ସ୍ଥିତିରେ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି। ପୁଲିସର ଭୂମିକାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ଏହି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଦ୍ବୟ ଫେରାର ଥିବା ଜଣାପଡ଼ିଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications