Get Updates
Get notified of breaking news, exclusive insights, and must-see stories!

ହିନ୍ଦୁଙ୍କ ଉପରେ ଆତ୍ୟାଚାର କରୁଛନ୍ତି ବାଂଲାଦେଶ ସରକାର, ବର୍ଷିଲେ ଶେଖ୍ ହସିନା

ଜଳୁଛି ବାଂଲାଦେଶ । ପ୍ରତିଦିନ ଦେଖିବାକୁ ମିଳୁଛି ହିଂସା ଏବଂ ହତ୍ୟା । ତେବେ ଅଣ ମୁସଲମାନମାନେ ହିଂସା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଯାହାକୁ ନେଇ ଟାର୍ଗେଟ୍ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନା । ଘଟଣାରେ ସେ ୟୁନୁସ ସରକାରଙ୍କ ଉପରେ ବର୍ଷିଛନ୍ତି ।

Bangladesh

୭୮ ବର୍ଷୀୟ ଆଓ୍ୱାମି ଲିଗ୍ ନେତ୍ରୀ କହିଛନ୍ତି ଯେ, ହିନ୍ଦୁଙ୍କ ବିରୋଧରେ ଅକଥନୀୟ ଅତ୍ୟାଚାର ହେଉଛି । ବର୍ତ୍ତମାନର ସରକାର ବେଆଇନ ଭାବେ ଶାସନ ଭାର ନେଇଛନ୍ତି । ସଂଖ୍ୟାଲଘୁଙ୍କୁ ଢାକାରେ ଜୀଅନ୍ତା ଜାଳି ଦିଆଯାଉଛି । ବାଂଲାଦେଶରେ ଏବେ ସଂଖ୍ୟାଲଘୁ ନିଜ ଧର୍ମକୁ ସୁରକ୍ଷିତ ଭାବେ ପାଳନ କରିପାରୁ ନାହାଁନ୍ତି । ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ସୀମା ଟପୁଛି । ଯେପରି ୟୁନୁସ ସରକାର ଚାଲିଛି ତାହାକୁ ଲୋକେ ଗ୍ରହଣ କରିବେ ନାହିଁ ।

ତେବେ ବଡଦିନରେ ବାଂଲାଦେଶରେ ଶାନ୍ତି ଫେରିବ ବୋଲି ହସିନା ଆଶା କରିଛନ୍ତି । ବସବାସ କରୁଥିବା ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ସେ ଶୁଭକାମନା ଜଣାଇବା ସହ ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୪ରେ ସେଖ ହସିନାଙ୍କ ସରକାର ଶାସନ ଗାଦିରୁ ହଟିଥିଲା । ଏହାପରେ ମହମ୍ମଦ ୟୁନୁସ ସରକାର ଗଠନ କରିଥିଲେ । ଯାହା ପରେ ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର ବଢିଛି । ପ୍ରତିଦିନ ହିନ୍ଦୁଙ୍କ ଘରେ ନିଆଁ ଲଗାଯିବା ସହ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+