Get Updates
Get notified of breaking news, exclusive insights, and must-see stories!

ଶୁଭେନ୍ଦୁଙ୍କ ଗାଡ଼ି ଉପରେ ଆକ୍ରମଣ; କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଗିଲା ରିପୋର୍ଟ

ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ଯେ, ଶନିବାର ରାତିରେ ପୁରୁଲିଆଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କର୍ମୀ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ତୃଣମୂଳ କଂଗ୍ରେସ କର୍ମୀ ବାଡ଼ି ଓ ପେଟ୍ରୋଲ ଦ୍ବାରା ଆକ୍ରମଣ କରିଥିଲେ। ଏହି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଶୁଭେନ୍ଦୁ ଅଧିକାରୀଙ୍କ ଅଫିସରୁ ରିପୋର୍ଟ ମାଗିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ଅଫିସ ଟିଏମ୍‌ସି କର୍ମୀଙ୍କ ଆକ୍ରମଣର ଭିଡିଓ ଗୃହ ମନ୍ତ୍ରାଳୟକୁ ପଠାଇବେ।

suvendu adhikari

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଶନିବାର ସନ୍ଧ୍ୟା ୮.୨୦ରେ ସେ ପୁରୁଲିଆରୁ ଫେରୁଥିବାବେଳେ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଗାଡ଼ିମାଳା ପଶ୍ଚିମ ମେଦିନାପୁର ଜିଲ୍ଲାର ଚନ୍ଦ୍ରକୋନା ରୋଡ ମାର୍କେଟ ଛକ ପାର୍‌ କରିବା ସମୟରେ କେତେକ ଟିଏମ୍‌ସି କର୍ମୀ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ଟିଏମ୍‌ସି ସମର୍ଥକଙ୍କ ପାଖରେ ଦଳୀୟ ପତାକା ମଧ୍ୟ ରହିଥିଲା। ସେମାନେ ରାସ୍ତାରେ ବାଟ ବନ୍ଦ କରି ବାଡ଼ିରେ ତାଙ୍କ ଗାଡ଼ିମାଳା ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମୟରେ ପୁଲିସ ସେମାନଙ୍କ ସହାୟତା ପାଇଁ ଆସିନଥିଲା।

ତାଙ୍କ ଗାଡ଼ିର କାଚ ବୁଲେଟପ୍ରୁଫ ଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ବିଜେପି ସମର୍ଥକ ଏବଂ ତାଙ୍କ ସୁରକ୍ଷାକର୍ମୀ ଟିଏମ୍‌ସି କର୍ମୀଙ୍କୁ ସେଠାରୁ ତଡ଼ିବାକୁ ଚେଷ୍ଟା କରିବାରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ସେଠାରୁ ସେ ବିଟ୍‌ ହାଉସ୍‌ ପୁଲିସ ଆଉଟପୋଷ୍ଟକୁ ଯାଇ ପାଖାପାଖି ୬ ଘଣ୍ଟା ଧାରଣାରେ ବସିଥିଲେ। ପୁଲିସ ଆକ୍ରମଣକାରୀଙ୍କୁ ଜାମିନଯୋଗ୍ୟ ଧାରା ପ୍ରଦାନ କରିଥିବା ଶୁଭେନ୍ଦୁ ଅଭିଯୋଗ କରିଥିଲେ।

ପୁଲିସ ଷ୍ଟେସନ ନିକଟରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଶୁଭେନ୍ଦୁ କହିଛନ୍ତି, ନିର୍ବାଚନ ପାଖେଇ ଆସୁଛି। ତୃଣମୂଳ କଂଗ୍ରେସ ହାରିବେ ବୋଲି ଜାଣି ବିଜେପିକୁ ପଶ୍ଚିମବଙ୍ଗରୁ ନିଶ୍ଚିହ୍ନ କରିବାକୁ ଚାହୁଛି। ପୁଲିସ ଉପସ୍ଥିତିରେ ଆକ୍ରମଣ ହୋଇଥିବା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି। ଏହି ମାମଲାରେ ସେ ହାଇକୋର୍ଟ ଯିବେ ବୋଲି କହିଛନ୍ତି। ଶୁଭେନ୍ଦୁ ଚନ୍ଦ୍ରକୋନାରେ ମଙ୍ଗଳବାର ପ୍ରତିବାଦ ରାଲି କରିବେ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+