କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ ବରଂ ଦେଶର ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ; ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କୃତ୍ରିମ ବୁଦ୍ଧିମତା କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ ବରଂ ଦେଶରେ ସକାରାତ୍ମକ ପରିବର୍ତ୍ତନ ଦିଗରେ ଏକ ବଡ଼ ସୁଯୋଗ। ଆଜି ରାଷ୍ଟ୍ରପତି ଭବନରେ 'କୃତ୍ରିମ ବୁଦ୍ଧିମତା ଦକ୍ଷତା' ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି, ଦେଶର ଅନେକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି ଏବଂ ସମସ୍ତଙ୍କ ପାଇଁ ଏହାକୁ ଶିକ୍ଷା କରିବା ଆବଶ୍ୟକ ହୋଇପଡ଼ିଛି।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି' ଛାତ୍ରଛାତ୍ରୀ ଏବଂ ସାଂସଦମାନଙ୍କ ପାଇଁ ଏକ ଜାତୀୟ ସଚେତନତା ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନର ଶୀର୍ଷକ ହେଉଛି 'ସ୍କିଲ ଦ ନେସନ୍ ଚ୍ୟାଲେଞ୍ଜ'। ରାଷ୍ଟ୍ରପତି ମୁର୍ମୁ' ସାଂସଦମାନେ ସେମାନଙ୍କ ନେତୃତ୍ୱର ଭୂମିକାକୁ ଆହୁରି ବୃଦ୍ଧି କରିବା ପାଇଁ ଏ.ଆଇ. ସମ୍ପର୍କରେ ଶିକ୍ଷା ଗ୍ରହଣ କରିବାକୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି, ଏହି ଆହ୍ୱାନ ଏ.ଆଇ. ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଅର୍ଥନୈତିକ ଆତ୍ମନିର୍ଭରଶୀଳତାକୁ ଗତି ପ୍ରଦାନ କରିବ। ଦେଶର କୋଟି କୋଟି ଲୋକଙ୍କୁ ଏ.ଆଇ. ସଶକ୍ତ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରି ଭବିଷ୍ୟତର ମାନବ ସମ୍ବଳ ସୃଷ୍ଟି ଦିଗରେ ସହାୟକ ହେବ।












Click it and Unblock the Notifications