For Quick Alerts
Turn On Notification  
For Daily Alerts
Oneindia App Download

ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ଆଉ ଏକ ମାମଲା, 2 କୋଟି ଟଙ୍କା ମାଗିଥିବା ଅଭିଯୋଗ

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରାମବୀର ସିଂଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତିଙ୍କଠାରୁ 2 କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି ।

|

ମୁମ୍ବାଇ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରାମବୀର ସିଂଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତିଙ୍କଠାରୁ 2 କୋଟି ଟଙ୍କା ବଟି ମାଗିଥିବା ଅଭିଯୋଗରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି । ଏଥିରେ ମୋଟ 6 ଜଣଙ୍କ ନାମ ଅଛି ।

parambir Singh

ଆପଣଙ୍କୁ କହିରଖୁଛୁ, ଗୁରୁବାର ଦିନ ପରମବୀର ସିଂଙ୍କ ବ୍ୟତୀତ ମୁମ୍ବାଇ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ଏହି ଏଫ୍ଆଇଆର୍ ପଞ୍ଜିକରଣ କରାଯାଇଛି । ଜଣେ ବିଲ୍ଡର ଏହି ଅଭିଯୋଗ କରିଛନ୍ତି । ଯେଉଁଥିରେ ସେ 15 କୋଟି ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ।

ଏହି ମାମଲାରେ କେବଳ ପରମବୀର ସିଂ ନୁହଁନ୍ତି, ଅନ୍ୟ 7 ଜଣଙ୍କ ବିରୋଧରେ ବଟି ମାଗିବା ନେଇ ଏଫଆଇଆର୍ ରୁଜୁ ହୋଇଛି । ପରମବୀର ସିଂ 15 କୋଟି ଟଙ୍କା ମାଗିଥିବା ବିଲଡର ଅଭିଯୋଗ କରିଛନ୍ତି । ମେରାଇନ ଡ୍ରାଇଭ ପୋଲିସ ଏହି ମାମଲା ରୁଜୁ କରିଥିଲା । ଚଳିତ ବର୍ଷ ଅପ୍ରେଲରେ ଅକୋଲା ପୋଲିସ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ଅନୁଯାୟୀ ଆଟ୍ରୋସିଟିସ୍ ଆକ୍ଟ ଅନୁଯାୟୀ ପରମବୀରଙ୍କୁ ଗିରଫ କରାଯାଇଥିଲା ।

ବିଲଡରଙ୍କ ଅଭିଯୋଗ ପରେ ଗୁରୁବାର ଦିନ ସହରର ଟପ୍-କପ ବିରୋଧରେ ପଞ୍ଜୀକୃତ ହୋଇଥିବା ଏହି ମାମଲାରେ ଦାଦାବଟି, ଠକେଇ, ଜାଲିଆତି ଏବଂ ଅପରାଧିକ ଷଡଯନ୍ତ୍ର ସହ ଜଡିତ ଧାରା ଲାଗୁ କରାଯାଇଛି । ବିଲଡର ଅଭିଯୋଗ କରିଛନ୍ତି ଯେ, ପରମବୀର ଡିସିପି ସ୍ତରୀୟ ଏବଂ ଅନ୍ୟ 4 ଜଣ ପୋଲିସ୍ କର୍ମୀଙ୍କ ଜରିଆରେ 15 କୋଟି ଟଙ୍କା ଦାଦବଟି ମାଗିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Another Case Registered Against Former Police Commissioner Parambir Singh
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X