ହିମାଚଳ ପ୍ରଦେଶ : ପ୍ରବଳ ବର୍ଷା ପରେ କାଙ୍ଗ୍ରାରେ ଭୂସ୍ଖଳନରେ ବୋହିଗଲା 6 ଟି ଘର, 10 ରୁ ଅଧିକ ଲୋକ ଫଶି ରହିଥିବା ଆଶଙ୍କା
ସୋମବାର ଦିନ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ଶାହପୁର ସବ୍ ଡିଭିଜନ ଅନ୍ତର୍ଗତ ବହୁ ଉଚ୍ଚରେ ଥିବା ଗାଁରେ ପ୍ରବଳ ବର୍ଷା ସହ ଭୂ ସ୍ଖଳନ ହେବାରୁ ପ୍ରାୟ 6 ଟି ଘର ଧୋଇ ହୋଇଯାଇଥିବା ସହ 10 ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି ।
ଶିମଲା : ସୋମବାର ଦିନ ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲ୍ଲାର ଶାହପୁର ସବ୍ ଡିଭିଜନ ଅନ୍ତର୍ଗତ ବହୁ ଉଚ୍ଚରେ ଥିବା ଗାଁରେ ପ୍ରବଳ ବର୍ଷା ସହ ଭୂ ସ୍ଖଳନ ହେବାରୁ ପ୍ରାୟ 6 ଟି ଘର ଧୋଇ ହୋଇଯାଇଥିବା ସହ 10 ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି । କାଙ୍ଗ୍ରା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ତାଲିମ ଏବଂ ଦକ୍ଷତା ବିକାଶ ସଂଯୋଜକ ଭାନୁ ଶର୍ମା କହିଛନ୍ତି ଯେ ଉଦ୍ଧାରକାରୀ ଦଳ ଧର୍ମଶାଳା ଠାରୁ 45 କିଲୋମିଟର ଦୂରରେ ଥିବା ସେହି ଗାଁକୁ ଯାଉଛନ୍ତି, କିନ୍ତୁ ଭୂସ୍ଖଳନ ହେତୁ ରାସ୍ତା ଅବରୋଧ ହୋଇଛି ଯାହାକି ଉଦ୍ଧାରକାରୀ ଦଳଙ୍କ କାମରେ ବାଧା ସୃଷ୍ଟି କରୁଛି ।

ସେ କହିଛନ୍ତି ଯେ DDMA ଭାରତୀୟ ବାୟୁସେନା ସହାୟତା ଲୋଡିଛି, କିନ୍ତୁ ଏହି ଅଞ୍ଚଳରେ ପାଗ ଖରାପ ଥିବାରୁ ବର୍ତ୍ତମାନ ବାୟୁସେନା ଦ୍ୱାରା ଉଦ୍ଧାର ସମ୍ଭବ ନୁହେଁ । ସେ କହିଛନ୍ତି ଯେ ଏକ ପୋଲିସ ଟିମ୍ ମଧ୍ୟ ଚାଲି ଚାଲି ଗାଁ ଆଡକୁ ଯାଉଛନ୍ତି । ଆହତଙ୍କ ସଂଖ୍ୟା ଏବଂ ସମ୍ପତ୍ତିର କ୍ଷତି ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ହିଁ ଜଣା ପଡିବ ।
ସହାୟତା ଆବଶ୍ୟକତା ନେଇ କଙ୍ଗ୍ରା (ହିମାଚଳ ପ୍ରଦେଶ) ଜିଲ୍ଲା ମାଜିଷ୍ଟ୍ରେଟ ରିପୋର୍ଟ ପରେ ଏନଡିଆରଏଫର 2 ଟି ଦଳ ଶାହପୁର ଡିଭିଜନର ଭାଗସୁ ନାଗକୁ ଯାଇଛନ୍ତି । NDRF ର 5-10 ଟିମ୍ ନୁରପୁରରେ ମୁତୟନ ଅଛନ୍ତି ବୋଲି କହିଛନ୍ତି NDRF ନିର୍ଦ୍ଦେଶକ ଏସ୍ଏନ୍ ପ୍ରଧାନ ।
After the report from Kangra (Himachal Pradesh) District Magistrate that help is needed, 2 teams of NDRF left for Bhagsu Nag in Shahpur division. The team is about to reach. 5-10 teams of NDRF are on standby in Nurpur that's close to Kangra: NDRF DG SN Pradhan to ANI
(File pic) pic.twitter.com/ErxFaLpOgE
— ANI (@ANI) July 12, 2021
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ସୋମବାର ଦିନ ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ରାସ୍ତା ଉପରେ ଖୁବ ଜୋରରେ ପାଣି ବୋହିବା ସହ ଗାଡ଼ିଗୁଡ଼ିକୁ ମଧ୍ୟ ଭସେଇ ନେଇଛି । ଅନ୍ୟପକ୍ଷରେ କୁଲୁ ଜିଲ୍ଲାରେ ପ୍ରଥମ ମୌସୁମୀ ବର୍ଷା ହୋଇଛି । ପାଣିପାଗ କେନ୍ଦ୍ର ଶିମଲା ଅନୁଯାୟୀ, ପାଲାମପୁରରେ ସକାଳ 9 ଟା ପର୍ଯ୍ୟନ୍ତ 160 ମିଲିମିଟର ଏବଂ ଧର୍ମଶାଳାରେ 130 ମିଲିମିଟର ବର୍ଷା ହୋଇଛି ।
ପ୍ରବଳ ବର୍ଷା ଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସମତଳ ଅଞ୍ଚଳରେ ମଧ୍ୟ ଏଥର ବହୁତ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଭାରତରେ ମୌସୁମୀ ବର୍ଷାର ପ୍ରଭାବ ଆରମ୍ଭ ହୋଇଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍










Click it and Unblock the Notifications