ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲ ଫଟା ବର୍ଷା, ଭାସିଗଲା ଗାଡ଼ି... ଦେଖନ୍ତୁ ଭିଡ଼ିଓ
ହିମାଚଳ ପ୍ରଦେଶର ଧର୍ମଶାଳାରେ ପ୍ରବଳ ବର୍ଷା ପରେ ସେଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳ ଗୁଡ଼ିକ ପାଣିରେ ଭର୍ତ୍ତି ହୋଇଯାଇଛି ।
ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାରେ ପ୍ରବଳ ବର୍ଷା ପରେ ସେଠାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ନାଳ ଗୁଡ଼ିକ ପାଣିରେ ଭର୍ତ୍ତି ହୋଇଯାଇଛି । ଏପରିକି ରାସ୍ତାରେ ଖୀପ୍ର ଗତିରେ ପାଣି ବୋହୁଥିବା ଦେଖିବାକୁ ମିଳିଛି । ପାଣିର ବେଗ ଏତେ ରହିଛି ଯେ ରାସ୍ତାରେ ପାର୍କିଂ ହୋଇଥିବା ଗାଡ଼ି ଗୁଡିକ ମଧ୍ୟ ଭାସିଯାଉଥିବାର ଭିଡ଼ିଓ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଅନେକ ରାସ୍ତା ଓ କୋଠାଘରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ପ୍ରବଳ ବର୍ଷା ଧର୍ଶାଳାର ଭାଗସୁନାଗରେ ଭୟଙ୍କର ବର୍ଷା ଅନେକ ଗାଡି ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଜଳର ଭୟଙ୍କର ରୂପର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ କାର ଗୁଡ଼ିକ ବନ୍ୟା ଜଳରେ ଭାସିଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
#WATCH Flash flood in Bhagsu Nag, Dharamshala due to heavy rainfall. #HimachalPradesh
— ANI (@ANI) July 12, 2021
(Video credit: SHO Mcleodganj Vipin Chaudhary) pic.twitter.com/SaFjg1MTl4
ରବିବାର ରାତିରୁ ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ହେତୁ ଅନେକ ସ୍ଥାନରୁ କ୍ଷୟକ୍ଷତି ହୋଇଥିବା ମଧ୍ୟ ସୂଚନା ରହିଛି । ଭାଗସୁନାଗରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।
ଛ ଜିଲ୍ଲାକୁ ଆଲର୍ଟ
ଜୁଲାଇ 17 ପର୍ଯ୍ୟନ୍ତ ବର୍ଷା ସହିତ ଉଚ୍ଚ ସ୍ଥାନରେ ତୁଷାରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ ବିଭାଗ । ଏହା ବ୍ୟତୀତ ସୋମବାର କିନ୍ନୌର ଏବଂ ଲାହୌଲ ସ୍ପିଟି ବ୍ୟତୀତ 10 ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଜାରି କରାଯାଇଛି । ଚମ୍ବା, କାଙ୍ଗଡ଼ା, ବିଳାସପୁର, ଶିମଲା, ସୋଲାନ ଏବଂ ସିରମୌର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications