ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଗଡ଼କରୀଙ୍କ ବଡ଼ ବୟାନ, କହିଲେ ଦିଲ୍ଲୀରେ ୩ଦିନ ରହିଲେ ଆଲର୍ଜି ହୋଇଯାଉଛି
ଦିଲ୍ଲୀର ଗମ୍ଭୀର ପ୍ରଦୂଷଣ ଉପରେ ଚିନ୍ତା ପ୍ରକାଶ କରି, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ ହୋଇଛି । ଏହାସହ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ୨୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୁକ୍ତି ଉପରେ ପ୍ରଶ୍ନ ଉଠାଇ ବିକଳ୍ପ ଏବଂ ଜୈବ ଇନ୍ଧନରେ ଅଧିକ ଆତ୍ମନିର୍ଭରଶୀଳତା ପାଇଁ ଆହ୍ୱାନ ଦେଇଛନ୍ତି ।
ସେ କହିଥିଲେ, "ମୁଁ ଏଠାରେ ତିନି ଦିନ ପାଇଁ ରହୁଛି ଏବଂ ସହରର ପ୍ରଦୂଷଣ ପାଇଁ ୩ଦିନରେ ହିଁ ମୋର ଆଲର୍ଜି ହୋଇଯାଉଛି। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବଢ଼ିଥିବା ପ୍ରଦୂଷଣ ପାଇଁ ପରିବହନର ୪୦ପ୍ରତିଶତ ଅବଦାନ ରହିଛି। ମୁଁ ପରିବହନ ମନ୍ତ୍ରୀ, ଏବଂ ୪୦ ପ୍ରତିଶତ ପ୍ରଦୂଷଣ ପରିବହନ ଦ୍ୱାରା ହୁଏ।" ଏଭଳି କହି ଗଡକରୀ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ପ୍ରଦୂଷଣକୁ ଯଥେଷ୍ଟ ହ୍ରାସ କରିପାରୁଥିବା ବିକଳ୍ପ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।













Click it and Unblock the Notifications