କେନ୍ଦ୍ର ବଜେଟ୍ 2023: ହାଲୱା ସମାରୋହ ସହ ବଜେଟର ଉଦଘାଟନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ସାଧାରଣ ବଜେଟ୍ 2023-24 ପାଇଁ ହାଲୱା ସମାରୋହ ଆଜି ଗୁରୁବାର ଦିନ ଆୟୋଜିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ହାଲୱା ଖାଇବାକୁ ଦେଇ ବଜେଟ୍ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ ।

ନୂଆଦିଲ୍ଲୀ: ସାଧାରଣ ବଜେଟ୍ 2023-24 ପାଇଁ ହାଲୱା ସମାରୋହ ଆଜି ଗୁରୁବାର ଦିନ ଆୟୋଜିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରଣାଳୟର କର୍ମଚାରୀମାନଙ୍କୁ ହାଲୱା ଖାଇବାକୁ ଦେଇ ବଜେଟ୍ ଚୂଡାନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏହି ସମାରୋହରେ ଭାରତ ସରକାରଙ୍କ ଅର୍ଥ ରାଜ୍ୟମନ୍ତ୍ରୀ ଡକ୍ଟର ଭାଗବତ କିଶାନରା୍ଓ ମଧ୍ୟ ଉପସ୍ଥିତ ଥିଲେ । ହାଲୱା ସମାରୋହ ଅର୍ଥ ମନ୍ତ୍ରଣାଳୟର ଏକ ପୁରୁଣା ରୀତିନୀତି, ଯାହା ବଜେଟ୍ ମୁଦ୍ରଣ ପୂର୍ବରୁ ପ୍ରତିବର୍ଷ ପାଳନ କରାଯାଏ ।
ବଜେଟ୍ ଉପସ୍ଥାପନ ପୂର୍ବରୁ ହାଲୱା ସମାରୋହ ଏକ ପୁରାତନ ପରମ୍ପରା । ଏହା ଅନେକ ଦଶନ୍ଧି ଧରି ଚାଲିଆସୁଛି । ଏଥର ହାଲୱା ସମାରୋହ 26 ଜାନୁଆରୀ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା । ହାଲୱା ସମାରୋହରେ ଅର୍ଥ ମନ୍ତ୍ରଣାଳୟରେ ହାଲୱା ପ୍ରସ୍ତୁତ କରାଯାଇଥାଏ । ଏହି ହାଲୱାକୁ ଅର୍ଥ ମନ୍ତ୍ରଣାଳୟର କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଏ ।
ନର୍ଥ ବ୍ଲକ୍ ଯେଉଁଠାରେ ଅର୍ଥ ମନ୍ତ୍ରଣାଳୟ ଅଛି, ଏହାର ତଳେ ବେସମେଣ୍ଟରେ ବଦଜେଟ୍ ପ୍ରେସ୍ ରହିଛି । ଏହି ବଜେଟ୍ ପ୍ରେସରେ ହାଲୱା ସମାରୋହ ଆୟୋଜିତ ହୋଇଥାଏ । ହାଲୱା ସମାରୋହ ପରେ ବଜେଟର ମୁଦ୍ରଣ ଆରମ୍ଭ ହୁଏ । ହାଲୱା ସମାରୋହ ପରେ ବଜେଟ୍ ପ୍ରସ୍ତୁତିରେ ଜଡିତ ସମସ୍ତ କର୍ମଚାରୀ କେବଳ ଏହି ବେସମେଣ୍ଟରେ ରହିଥା'ନ୍ତି । ଅର୍ଥାତ୍ ଜାନୁଆରୀ 26 ରୁ ଫେବୃଆରୀ 1 ପର୍ଯ୍ୟନ୍ତ ବଜେଟ୍ ସହ ଜଡିତ ସମସ୍ତ ଅଧିକାରୀଙ୍କୁ ଅର୍ଥ ମନ୍ତ୍ରଣାଳୟରେ ରହିବାକୁ ପଡିଥାଏ । ଏପରିକି ସେ ତାଙ୍କ ପରିବାର ସହିତ ଯୋଗାଯୋଗ କରିପାରିବେ ନାହିଁ ।
ଏହି କର୍ମଚାରୀମାନେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ପରେ ହିଁ ବାହାରକୁ ଆସନ୍ତି । ବଜେଟ୍ ସମ୍ବନ୍ଧୀୟ କୌଣସି ସୂଚନା ଲିକ୍ ନ ହେବା ନେଇ ଏପରି କରାଯାଇଥାଏ । ମନ୍ତ୍ରଣାଳୟର ଉତ୍ତର ବ୍ଲକରେ ମୋବାଇଲ୍ ନେଟୱାର୍କ ଜାମର ଲଗାଯାଇଛି । ଯଦି କୌଣସି କର୍ମଚାରୀଙ୍କ ଘରେ ଜରୁରୀକାଳୀନ ପରିସ୍ଥିତି ଆସେ, ତାଙ୍କ ପରିବାର ସଦସ୍ୟ ମନ୍ତ୍ରଣାଳୟର ଲ୍ୟାଣ୍ଡଲାଇନ ଫୋନ ସହିତ ଯୋଗାଯୋଗ କରିପାରିବେ । ପରିବାର ସଦସ୍ୟଙ୍କ ସହ ବାର୍ତ୍ତାଳାପ ମଧ୍ୟ ରେକର୍ଡ କରାଯାଇଥାଏ ।
ଆପଣଙ୍କୁ କହି ରଖୁଛୁ ୟୁନିଅନ୍ ବଜେଟ୍ 1 ଫେବୃଆରୀ 2023 ରେ ଉପସ୍ଥାପିତ ହେବ । ବଜେଟ୍ ଅଧିବେଶନ 31 ଜାନୁୟାରୀରୁ ଆରମ୍ଭ ହୋଇ 6 ଅପ୍ରେଲ 2023 ପର୍ଯ୍ୟନ୍ତ ଚାଲିବ ।
-
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଆଜିଠୁ ମା' ତାରିଣୀଙ୍କ ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ଘୋଷିତ ବିଦ୍ୟୁତ କାଟ୍ ନେଇ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଲାଇନ୍ କାଟିଲେ ଯାଇପାରନ୍ତି ଜେଲ୍ -
ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ : ଯୁଦ୍ଧ ଭିତରେ ଇସ୍ରାଏଲ ଓ ଇରାନ ମୁହଁରେ ଭାରତର ପ୍ରଶଂସା ! -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଉ ସମ୍ଭାବନାର ରାଜ୍ୟ ନୁହେଁ , ଓଡିଶା ଏବେ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି- ମୁଖ୍ୟମନ୍ତ୍ରୀ -
ବୟନ ଓ ପୋଷାକ ଶିଳ୍ପ ହବ୍ରେ ପରିଣତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ






Click it and Unblock the Notifications