For Quick Alerts
Turn On Notification  
For Daily Alerts
Oneindia App Download

ମହାମାରୀ ସମୟରେ ଯୋଗ ଏକ ଆଶାର କିରଣ ପାଲଟିଛି : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବିଶ୍ୱ କରୋନା ମହାମାରୀ ସହିତ ଲଢୁଛି, ସେତେବେଳେ ଯୋଗ ଏକ ଆଶାର କିରଣ ଭାବରେ ଉଭା ହୋଇଛି । ଗତ ଦୁଇ ବର୍ଷ ଧରି କରୋନା କାରଣରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ନାହିଁ ।

|

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କୁ ଯୋଗ ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ବିଶ୍ୱ କରୋନା ମହାମାରୀ ସହିତ ଲଢୁଛି, ସେତେବେଳେ ଯୋଗ ଏକ ଆଶାର କିରଣ ଭାବରେ ଉଭା ହୋଇଛି । ଗତ ଦୁଇ ବର୍ଷ ଧରି କରୋନା କାରଣରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଉ ନାହିଁ, ତଥାପି ଏହା ସତ୍ତ୍ୱେ ଲୋକଙ୍କ ଯୋଗ ପ୍ରତି ଉତ୍ସାହ କମିନାହିଁ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ନୂତନ ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି ।

Yoga -day -modi

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଭାରତ ଯୋଗକୁ ବିଶ୍ୱକୁ ନେବା ପାଇଁ ଏକ ବଡ ପଦକ୍ଷେପ ନେଇଛି । ବର୍ତ୍ତମାନ ଯୋଗକୁ M-Yoga ଆପ୍ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବ । ଯୋଗ ଅଭ୍ୟାସର ଭିଡିଓ ଏହି ଆପରେ ବିଭିନ୍ନ ଭାଷାରେ ଉପଲବ୍ଧ ହେବ ଯାହା ଲୋକଙ୍କୁ ଯୋଗ ଅଭ୍ୟାସ କରିବାରେ ସାହାଯ୍ୟ କରିବ । ଏହି ଆପ୍ ଆମର ୱାନ୍ ୱାର୍ଲ୍ଡ-ୱାନ୍ ହେଲ୍ଥ ମନ୍ତ୍ରକୁ ସାହାଯ୍ୟ କରିବ ।

ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେତେବେଳେ କରୋନାର ଅଦୃଶ୍ୟ ଭାଇରସ ସାରା ବିଶ୍ୱକୁ କବଳିତ କରିଥିଲା, ସେତେବେଳେ ଅନେକ ଦେଶ ଶାରୀରିକ ଏବଂ ମାନସିକ ଭାବେ ଏହା ପାଇଁ ପ୍ରସ୍ତୁତ ନଥିଲେ । ଏଭଳି କଠିନ ସମୟରେ ଯୋଗ ଆତ୍ମବିଶ୍ୱାସର ଏକ ବଡ଼ ମାଧ୍ୟମ ହେଲା । ଆମେ ଏହି ରୋଗ ସହିତ ଲଢି ପାରିବା ନେଇ ଯୋଗ ଲୋକଙ୍କ ଆତ୍ମବିଶ୍ୱାସକୁ ବଢାଇଥିଲା । ଫ୍ରଣ୍ଟଲାଇନ ୱାରିୟର୍ସ ଏବଂ ଡାକ୍ତରଙ୍କ ସହ ଆଲୋଚନା କରିବା ସମୟରେ ସେମାନେ ମଧ୍ୟ କରୋନା ବିରୋଧରେ ଲଢେଇ ପାଇଁ ଯୋଗକୁ ପ୍ରତିରକ୍ଷା କବଚ ଭାବେ ବ୍ୟବହାର କରିଥିବା କହିଛନ୍ତି ।

Narendra-Modi

ମୋଦୀ କହିଛନ୍ତି ଯେ ପ୍ରାଣାୟାମ, ଅନୁଲୋମ-ବିଲୋମ ଭଳି ନିଶ୍ୱାସ ପ୍ରଶ୍ୱାସ ବ୍ୟାୟାମ ଯୋଗୁଁ ଆମର ଶ୍ୱାସକ୍ରିୟା କେତେ ଶକ୍ତି ପାଏ ତାହା ବିଶ୍ୱର ବିଶେଷଜ୍ଞମାନେ ନିଜେ କହିଛନ୍ତି । ଯୋଗ କେବଳ ଶାରୀରିକ ସ୍ୱାସ୍ଥ୍ୟର ଅର୍ଥ ନୁହେଁ । ସେଥିପାଇଁ ଯୋଗରେ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯାଇଛି । ଯେତେବେଳେ ଆମେ ପ୍ରାଣାୟାମ କରୁ, ଧ୍ୟାନ କରୁ, ଆମେ ଆମର ଅନ୍ତର୍ନିହିତ ଚେତନା ଅନୁଭବ କରିଥାଉ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Prime Minister Narendra Modi Announced To Launch M-Yoga App On international Yoga Day
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X