Get Updates
Get notified of breaking news, exclusive insights, and must-see stories!

ବିଶିଷ୍ଟ ସାନ୍ତାଳୀ କବି ତଥା ‘ଅଲ୍ ଚିକି' ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୁ

କୌଣସି ଜାତି ବା ସମ୍ପ୍ରଦାୟ ବା ବର୍ଗର ପରିପ୍ରକାଶ ପାଇଁ ଶ୍ରେଷ୍ଠ ମାଧ୍ୟମ ହେଉଛି ମାତୃଭାଷା । ମାତୃଭାଷାକୁ ସ୍ୱଚ୍ଛ ଭାବରେ ପରିପ୍ରକାଶ କରିବା ଲାଗି ଆବଶ୍ୟକ ନିଜସ୍ୱ ସ୍ୱତନ୍ତ୍ର ଲିପି । ଏ କଥାକୁ ମର୍ମେ ମର୍ମେ ଅନୁଭବ କରିଥିଲେ ସାନ୍ତାଳୀ ଭାଷାର ନବଜାଗରଣ ସୃଷ୍ଟିକର୍ତ୍ତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ।

Raghunath Murmu

୧୯୦୫ ମେ ଆଜି ଦିନରେ ମୟୂରଭଞ୍ଜ ଜିଲ୍ଲାର ଦାଣ୍ଡବୋସ ଗ୍ରାମରେ ଜନ୍ମ ହୋଇଥିଲେ ସାନ୍ତାଳୀ ସମାଜର କିମ୍ବଦନ୍ତି ପୁରୁଷ ପଣ୍ଡିତ ରଘୁନାଥ ମୁର୍ମୁ । ସେ ଏକାଧାରରେ ଜଣେ ଦାର୍ଶନିକ, ଲେଖକ ଓ ଶିକ୍ଷାବିତ୍ ଥିଲେ । ସାତ ବର୍ଷ ବୟସରେ ସେ ନିଜ ଗ୍ରାମ ନିକଟସ୍ଥ ଗମ୍ଭାରିଆ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ । ସେଠାରେ ଓଡ଼ିଆ ଭାଷାରେ ପାଠ ପଢ଼ାଯାଉଥିଲା। ରଘୁନାଥ ପିତା ନନ୍ଦଲାଲଙ୍କୁ କହିଥିଲେ ଯେ ସେ ନିଜ ମାତୃଭାଷା ସାନ୍ତାଳୀରେ ପାଠ ପଢ଼ିବାକୁ ଚାହାନ୍ତି। କିନ୍ତୁ ପିତା କହିଥିଲେ ଯେ ସେଭଳି କୌଣସି ସ୍କୁଲ୍ ନାହିଁ କାରଣ ସାନ୍ତାଳୀ ଭାଷାର କୌଣସି ଲିପି ଉପଲବ୍‌ଧ ନ ଥିଲା। ଏ କଥାଟି ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏବଂ ସେ ନିଜ ମାତୃଭାଷାରେ ବର୍ଣ୍ଣମାଳା ପ୍ରସ୍ତୁତ କରିବା ପାଇଁ ବଦ୍ଧପରିକର ହୋଇଥିଲେ।

୧୯୨୫ରେ ସାନ୍ତାଳୀ ଭାଷାର ବର୍ଣ୍ଣମାଳା 'ଅଲଚିକି' ପ୍ରସ୍ତୁତ କରି ସେ ଇତିହାସ ସୃଷ୍ଟି କରିଥିଲେ। ୧୯୨୮ରେ ସେ ପାଟନା ବିଶ୍ବବିଦ୍ୟାଳୟରୁ ମାଟ୍ରିକ୍ ଉତ୍ତୀର୍ଣ୍ଣ ହେବା ପରେ ବାରିପଦାରେ ପେସାଦାର ଜୀବନ ଆରମ୍ଭ କରିଥିଲେ। ୧୯୩୩ରେ ସେ ବଡ଼ାମତଳିଆ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ।
ସାନ୍ତାଳୀ ଭଷା ଏବଂ ଅଲଚିକି ଲିପିର କଳ୍ପବୃକ୍ଷ ଶାଖା ପ୍ରଶାଖା ଆଜି ଓଡ଼ିଶାରୁ ଆରମ୍ଭ କରି ନେପାଳ, ବାଂଲାଦେଶ ଯାଏ ଲମ୍ବିଚାଲିଛି।
ଗୁରୁ ଗୋମକେଙ୍କର ଅଲ୍‌‌ ଚେମେଦ, ପାରସି ପୋହା, ପାରସି ଇତୁନ, ଏଲଖା (ଗଣିତ), ରନଳ୍‌‌ (ବ୍ୟାକରଣ) ଆଦି ପୁସ୍ତକ ମୌଳିକ ଶିକ୍ଷାର ମୂଳଦୁଆ ଭାବେ ବିବେଚିତ ହୋଇଥିବା ବେଳେ ତାଙ୍କ ଅବଶିଷ୍ଟ ସାହିତ୍ୟ କୃତି ସାନ୍ତାଳ ସମାଜରେ ସଂସ୍କୃତି, ପରମ୍ପରା, ଧର୍ମୀୟ ବିଶ୍ୱାସକୁ ଆହୁରି ସୁଦୃଢ଼ କରିପାରିଛି। ଏଥିସହିତ ସମାଜ ସଂସ୍କାର ଓ ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି।

ତାଙ୍କ ରଚିତ 'ହିତାଲ' ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ଧର୍ମଗ୍ରନ୍ଥ ଭଳି ଘରେ ଘରେ ପୂଜା ପାଏ। 'ବାଖେଣ୍‌‌' ରେ ସାନ୍ତାଳ ଦେବାଦେବୀମାନଙ୍କର ସ୍ତୁତି ଓ ବନ୍ଦନା ମାନ ରହିଛି, 'ହର୍‌‌ ସେରେଞ୍ଚ' ପୁସ୍ତକରେ ସାନ୍ତାଳ ସମ୍ପ୍ରଦାୟର ବିବାହ, ଶ୍ରାଦ୍ଧ ଆଦି ସହ ବିଭିନ୍ନ ପାରମ୍ପରିକ ପର୍ବପର୍ବାଣିରେ ବ୍ୟବହୃତ ଗୀତ ଏବଂ ସ୍ତୁତିମାନ ସ୍ଥାନ ପାଇଛି। ତାଙ୍କ ଦ୍ୱାରା ରଚିତ ନାଟକ 'ବିଦୁ ଚାନ୍ଦାନ' ଏବଂ 'ଖେରୱାଳ ବୀର' ପ୍ରତି ଗ୍ରାମରେ ପ୍ରଦର୍ଶିତ ହେଉଥିଲା। ବିଦୁ ଚାନ୍ଦାନ ନାଟକରେ ଗୁରୁ ଗୋମକେ ଲିପି ସମ୍ୱନ୍ଧରେ ପାଇଥିବା ଅଲୌକିକ ପ୍ରେରଣାର ନାଟ୍ୟ ରୂପାନ୍ତରଣ ସହ ନାଟକର ନାୟକ 'ବିଦୁ' ଏନଂ ନାୟିକା 'ଚାନ୍ଦାନ' ମାଧ୍ୟମରେ 'ଚାୟ ଗାଳ' ଏବଂ 'ଚାମ୍ପାଗାଳ' ମଧ୍ୟରେ ଶାନ୍ତିସ୍ଥାପନ ପାଇଁ ଅଭୂତପୂର୍ବ ପ୍ରୟାସ କରାଯାଇଛି।

ସେହିଭଳି କିମ୍ୱଦନ୍ତୀ ନାଟକ 'ଖେରୱାଳ ବୀର'ରେ ମାନବ ଏବଂ ଦାନବର ମହାଯୁଦ୍ଧରେ ନାୟକ 'ଖେରୱାଳ ବୀର' ଏବଂ ନାୟିକା 'କାଜୋଲ' ମାଧ୍ୟମରେ ସତ୍ୟ ଏବଂ ନ୍ୟାୟର ବିଜୟ ସଂଘଟିତ ହୋଇଛି। 'ଲାକଚାର୍‌‌ ସେରେଞ୍ଚ' ତାଙ୍କର ସବୁଠାରୁ କ୍ଷୁଦ୍ର ପୁସ୍ତକ ହେଲେ ମଧ୍ୟ ସେଥିର ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦରେ ସାମାଜିକ ଚେତନାର ଶକ୍ତିଶାଳୀ ଆବେଦନ ରହିଛି। ଏଥିରେ ଗୁରୁ ଗୋମକେଙ୍କର ସାନ୍ତାଳ ସମାଜ ପ୍ରତି ଥିବା ସ୍ୱପ୍ନ, ଆକାଂକ୍ଷା, ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହୁଏ।
ଗୁରୁ ଗୋମକେ ସର୍ବଦା ଏକ ସୁସ୍ଥ, ସୁଦୃଢ଼ ଏବଂ ଉନ୍ନତ ସାନ୍ତାଳ ସମାଜର ପରିକଳ୍ପନା କରିଥିଲେ। ସେଥିପାଇଁ ସେ 'ଆସେକା' ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ଏହାର ଶାଖା ବିହାର, ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଖୋଲିଥିଲା। ଏହି ଅନୁଷ୍ଠାନ ମାଧ୍ୟମରେ ସେ ସମାଜ, ଶିକ୍ଷା, ସଂସ୍କୃତି ସମ୍ୱନ୍ଧରେ ପ୍ରଚ୍ଛନ୍ନ ଭାବରେ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରୁଥିଲେ।

୧୯୮୨ ମସିହା ଫେବ୍ରୁଆରୀ ୧ ତାରିଖ ଦିନ ସେ ତାଙ୍କ ଅସଂଖ୍ୟ ଆନୁଗତ୍ୟ ଏବଂ ପରିବାରକୁ ଶୋକାତୁର କରି ଇହଲୀଳା ସମ୍ୱରଣ କଲେ। ତାଙ୍କର ସ୍ୱର୍ଗବାସ ପରେ ମଧ୍ୟ ତାଙ୍କ ଦ୍ୱାରା ଆହୂତ ସାନ୍ତାଳୀ ଭାଷା ଆନ୍ଦୋଳନ ବଳବତ୍ତର ରହିଲା। ସାନ୍ତାଳୀ ଭାଷା ଆନ୍ଦୋଳନର ଦୀର୍ଘ ଦାବି ପରେ ୨୦୦୩ ମସିହା ଡିସେମ୍ୱର ମାସ ୨୨ ତାରିଖ ଦିନ ସମ୍ୱିଧାନର ୯୨ତମ ସଂଶୋଧନ ବିଧେୟକ ସାନ୍ତାଳୀ ଭାଷା ସହ ବୋଡ଼ୋ, ଡୋଗ୍ରୀ, ମୈଥିଲୀ ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦରେ ଉପସ୍ଥାପିତ ହେଲା। ୭ ଜାନୁଆରୀ ୨୦୦୪ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ବିଧିବଦ୍ଧ ଭାବରେ ସାନ୍ତାଳୀ ଭାଷା ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଲା ଏବଂ ଭାରତର ଅନ୍ୟତମ ସରକାରୀ ଭାଷାର ମାନ୍ୟତା ପାଇଲା।

ଆଜି ସାନ୍ତାଳ ସମାଜ ଓ ସାନ୍ତାଳୀ ଭାଷା ଯେଉଁ ସ୍ଥାନରେ ପହଞ୍ଚିଛି ସେ ସବୁର ସମସ୍ତ ଶ୍ରେୟ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଦିଆଯିବ। ତାଙ୍କର ଅବଦାନକୁ ନିର୍ଦ୍ଦିଷ୍ଟ ଶବ୍ଦ ଅଥବା ବାକ୍ୟ ମଧ୍ୟରେ ସମାହିତ କରିବା ଅସମ୍ଭବ। ସାନ୍ତାଳ ସମାଜ ପାଇଁ ସେ ଏକ ଅନୁଷ୍ଠାନ, ଈଶ୍ୱରଙ୍କ ଅବତାର, ମାର୍ଗଦର୍ଶକ, ପରିଚୟ ପାଇଁ ସଂଘର୍ଷ କରୁଥିବା ଭାଷାଭାଷୀ ସମାଜ ପାଇଁ ପ୍ରେରଣା। ସାନ୍ତାଳ ସମାଜକୁ ଆଜି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆହୁରି ଅନେକ ଆଗକୁ ଯିବାକୁ ହେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+