ନୋବେଲ ପୁରସ୍କାର : ଫିଜିଓଲୋଜିରେ 2 ଜଣଙ୍କୁ ନୋବେଲ ପୁରସ୍କାର
ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଉଦ୍ଭାବନ ପାଇଁ ଫିଜିଓଲୋଜି କିମ୍ବା ମେଡିସିନ୍ 2021 ନୋବେଲ ପୁରସ୍କାର ଘୋଷଣା ହୋଇଛି । ଡେଭିଡ ଜୁଲିୟସ୍ ଏବଂ ଆର୍ଡେମ୍ ପଟାପୋଟିଆନ୍ ମିଳିତ ଭାବରେ ଏହି ପୁରସ୍କାର ଜିତିଛନ୍ତି ।
ନୂଆଦିଲ୍ଲୀ : 2021 ମସିହାରେ ବିଶ୍ୱର ଅନ୍ୟତମ ସମ୍ମାନଜନକ ପୁରସ୍କାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଉଦ୍ଭାବନ ପାଇଁ ଫିଜିଓଲୋଜି କିମ୍ବା ମେଡିସିନ୍ 2021 ନୋବେଲ ପୁରସ୍କାର ଘୋଷଣା ହୋଇଛି । ଡେଭିଡ ଜୁଲିୟସ୍ ଏବଂ ଆର୍ଡେମ୍ ପଟାପୋଟିଆନ୍ ମିଳିତ ଭାବରେ ଏହି ପୁରସ୍କାର ଜିତିଛନ୍ତି ।

ଏହି ଦୁଇ ଆମେରିକୀୟ ଭେଷଜ ବିଜ୍ଞାନୀଙ୍କୁ ପୁରସ୍କାର ବାବଦରେ ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଏବଂ 10 ନିୟୁତ ସ୍ୱିଡେନ କ୍ରୋନୋର ଅର୍ଥାତ ଭାରତୀ ମୁଦ୍ରାରେ 8,47,28,562 ଟଙ୍କାର ଆର୍ଥିକ ରାଶି ମିଳିବ । ଯକୃତ ସମ୍ପର୍କିତ ହେପାଟାଇଟିସ୍ ସି ଭାଇରସ ଆବିଷ୍କାର କରିଥିବାରୁ ଗତ ବର୍ଷ 3 ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିଥିଲା । ଯାହା ଲିଭରୁ ମାରାତ୍ମକ ରୋଗରୁ ଉପଶମ ଦେଇପାରିବ ।
ଆଲଫ୍ରେଡ ନୋବେଲଙ୍କ ନାମରେ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ପାଇଁ ଚୟନ ନେଇ କେତେକ ନିର୍ଦ୍ଧିଷ୍ଟ ମାନଦଣ୍ଡ ରଖିଛନ୍ତି । ସେହିଅନୁଯାୟୀ, ଫିଜିଓଲୋଜି କିମ୍ବା ମେଡିସିନରେ ଉତ୍କର୍ଷତା ଲାଭ କରୁଥିବା ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । 1895 ଆଲଫ୍ରେଡ୍ ମୃତ୍ୟୁ ପରଠାରୁ ତାଙ୍କ ନାମରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।












Click it and Unblock the Notifications