Get Updates
Get notified of breaking news, exclusive insights, and must-see stories!

ହେପାଟାଇଟିସର ଶିକାର ହେଉଛନ୍ତି କରୋନା ସଂକ୍ରମିତ ପିଲା

ଗତ ଅଢେଇ ବର୍ଷ ମଧ୍ୟରେ କୋଭିଡ ସଂକ୍ରମଣ ପରେ ଲୋକଙ୍କ ସାମ୍ନାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଛି । ଦୁର୍ବଳତା, ଥକ୍କାପଣ ରହିବା ପୋଷ୍ଟ କୋଭିଡର ସାଧାରଣ ଲକ୍ଷଣ ଥିଲା, କିନ୍ତୁ ବର୍ତ୍ତମାନ ପିଲା କରୋନାରୁ ସୁସ୍ଥ ହେବାପରେ ହେପାଟାଇଟିସ୍ ରୋଗର ଶିକାର ହେଉଛନ୍ତି

ନୂଆଦିଲ୍ଲୀ : କରୋନା ଅବଧିରେ, କେବଳ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ଚିନ୍ତାର ବିଷୟ ନୁହେଁ, ସଂକ୍ରମଣରୁ ପୁନରୁଦ୍ଧାର ପରେ ଦେଖାଦେଉଥିବା ସମସ୍ୟା ମଧ୍ୟ ଚିନ୍ତାର କାରଣ ପାଲଟିଛି । ଗତ ଅଢେଇ ବର୍ଷ ମଧ୍ୟରେ କୋଭିଡ ସଂକ୍ରମଣ ପରେ ଲୋକଙ୍କ ସାମ୍ନାରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଛି । ଦୁର୍ବଳତା, ଥକ୍କାପଣ ରହିବା ପୋଷ୍ଟ କୋଭିଡର ସାଧାରଣ ଲକ୍ଷଣ ଥିଲା, କିନ୍ତୁ ବର୍ତ୍ତମାନ ପିଲାମାନଙ୍କ ଠାରେ କରୋନାରୁ ସୁସ୍ଥ ହେବା ପରେ ହେପାଟାଇଟିସ୍ ରୋଗର ଲକ୍ଷଣ ଦେଖାଦେଉଛି ।

CoronaVirus

ମଧ୍ୟପ୍ରଦେଶର ଯେଉଁ ପିଲାମାନେ କରୋନାର ଶିକାର ହୋଇଥିଲେ, ସେମାନେ ବର୍ତ୍ତମାନ କରୋନାରୁ ସୁସ୍ଥ ହେବା ପରେ ହେପାଟାଇଟିସର ଶିକାର ହେଉଛନ୍ତି । ମଧ୍ୟପ୍ରଦେଶର ସାଗର ଜିଲ୍ଲାସ୍ଥିତ ବୁନ୍ଦେଲଖଣ୍ଡ ମେଡ଼ିକାଲ କଲେଜ ଏବଂ ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ରିସର୍ଚ୍ଚ ଟିମ୍ ରିପୋର୍ଟ କରିଛି ଯେ 2021 ମସିହା ଅପ୍ରେଲ - ଜୁଲାଇରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା 475 ପିଲାଙ୍କ ପରୀକ୍ଷଣରେ 8% ପିଲାଙ୍କ ଠାରେ ହେପାଟାଇଟିସ୍ ଲକ୍ଷଣ ଦେଖାଦେଇଛି । ଏହି ହେପାଟାଇଟିସ୍ କୁ କୋଭିଡ୍ ଆକ୍ୱାଇଡ୍ ହେପାଟାଇଟିସ୍ (CAH) ନାମରେ ନାମିତ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ 10 ଜଣ ପିଲାଙ୍କ ଠାରେ ଏହି ଗୁରୁତର ରୋଗ ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+