ଦେଶଦ୍ରୋହ ଆଇନ ରଦ୍ଦ କରା ନଯାଉ, ବ୍ୟବହାର ପାଇଁ ନିର୍ଦ୍ଦେଶାବଳୀ କରାଯିବା ଉଚିତ : ସୁପ୍ରିମକୋର୍ଟରେ କେନ୍ଦ୍ରର ଜବାବ
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ କରାଯିବା ଅପେକ୍ଷା ଏହା ଉପରେ ନିର୍ଦ୍ଦେଶାବଳୀ ଆବଶ୍ୟକ ।
ନୂଆଦିଲ୍ଲୀ : ଦେଶଦ୍ରୋହ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡିକ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଦେଶଦ୍ରୋହ ଆଇନ ରଦ୍ଦ କରାଯିବା ଅପେକ୍ଷା ଏହା ଉପରେ ନିର୍ଦ୍ଦେଶାବଳୀ ଆବଶ୍ୟକ । କେଉଁ ଅପରାଧକୁ ଦେଶଦ୍ରୋହ ଅଧୀନରେ ଆଣିବା ଉଚିତ ଏବଂ କେଉଁଟି କରିବା ଉଚିତ ନୁହେଁ ତାହା ଦେଖିବା ଆବଶ୍ୟକ ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି ।

ଦେଶଦ୍ରୋହ ଆଇନର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏହି ପିଟିସନ୍ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ଅରୁଣ ଶୌରୀ, ମହୁଆ ମୋଇତ୍ରା ଏବଂ ଅନ୍ୟ କେତେକଙ୍କ ଦ୍ୱାରା ଦାଖଲ କରାଯାଇଛି । ଯାହା ଉପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ବେଞ୍ଚ ଶୁଣାଣି କରୁଛି । ଏହା ଉପରେ ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଥିଲେ, କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଅଧିକ ସମୟ ମାଗିଛନ୍ତି । କେନ୍ଦ୍ରର ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଆସନ୍ତା 10 ତାରିଖରେ ଏହି ମାମଲାର ଶୁଣାଣି ହେବ ।
ବୁଧବାର ଦିନ ଶୁଣାଣି ସମୟରେ କେନ୍ଦ୍ର ପକ୍ଷରୁ ହାଜର ହୋଇଥିବା ତୁଷାର ମେହେଟ୍ଟା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉତ୍ତର ପ୍ରାୟ ପ୍ରସ୍ତୁତ । ଦୁଇ ତିନି ଦିନ ମଧ୍ୟରେ ଏହି ଆଫିଡେଭିଟ୍ ଦାଖଲ କରାଯିବ । ଏହି ସମୟରେ ଆଟର୍ଣ୍ଣି ଜେନେରାଲ ମହାରାଷ୍ଟ୍ରରେ ସାଂସଦ ନବନୀତ୍ ରାଣାଙ୍କ ଗିରଫଦାରୀର ଉଦାହରଣ ଦେଇ କହିଥିଲେ ଯେ ହନୁମାନ ଚାଲିସା ପାଠ କରିବା ପାଇଁ ତାଙ୍କୁ ଦେଶଦ୍ରୋହ ଅଧିନରେ ବୁକ୍ କରାଯାଇଥିଲା, ଗତକାଲି ଜାମିନ ମିଳିଥିଲା । ତେଣୁ, ଦେଶଦ୍ରୋହର ନିୟମ ଉପରେ ସ୍ପଷ୍ଟ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାର ଆବଶ୍ୟକତା ଅଛି, କିନ୍ତୁ ଆଇନକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିବା ଠିକ୍ ହେବ ନାହିଁ ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ ।
ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯେ ଏହାକୁ ଏକ ବଡ ବେଞ୍ଚକୁ ପଠାଇ ନ ପାରି ଆମେ ଶୁଣାଣି କରି ପାରିବା କି ? ଏହା ଉପରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ହଁ ଦୈନିକ ସାମ୍ବାଦିକ ଏବଂ ଅନ୍ୟମାନଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଉଛି । ଏହା ହେଉଛି ବ୍ରିଟିଶ ଯୁଗର ନିୟମ ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications