ଅଧା ସିଟ୍ ଦେଇ କାହିଁକି ପୂରା ଟଙ୍କା ନିଏ ରେଳ ବିଭାଗ ? କଣ ଏହି RAC ଟିକେଟର ନିୟମ ?
ଟ୍ରେନ୍ ଯାତ୍ରା ସମସ୍ତଙ୍କ ଭାରି ପ୍ରିୟ । ଦୂର ବାଟକୁ ଯାତ୍ରା କଲେ ଟ୍ରେନରେ ଆମେ ସାଧାରଣ ଟ୍ରେନରେ ଯାଇଥାଉ । କାରଣ ଟ୍ରେନ ଦ୍ଵାରା ଆମେ ସୁରୁଖୁରରେ ଯାତ୍ରା କରିଥାଉ । ତାହା ସହ ଆମେ ବାଟରେ ଗଲାବେଳେ ପ୍ରାକୃତିକ ସୁନ୍ଦରତାକୁ ଉପଭୋଗ କରିଥାଉ ।
ତେବେ ଟ୍ରେନରେ ଗଲାବେଳେ ଆମକୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଯାହା ଆମକୁ ଯାତ୍ରାରେ ସହାୟକ ହେବ । ତାହା ସହ ଆମେ ଟ୍ରେନ୍ ଯାତ୍ରା ପ୍ରତି ସତର୍କ ରହିବା ଯେମିତି କିଛି ଅସୁବିଧା ହେବ ନାହିଁ । ଟିକେଟ୍ କରିବା ଠାରୁ ଆରମ୍ଭ କରି ଟ୍ରେନ୍ରେ ଚଢିବା ଯାଏଁ ଟ୍ରେନରେ ଅନେକ ଗୁଡିଏ ନିୟମ ରହିଛି ।
ମୁଖ୍ୟତଃ ଟ୍ରେନ ଟିକେଟ୍ କନଫର୍ମ ହେଲା କି ନାହିଁ, ଯାତ୍ରା କରିପାରିବେ କି ନାହିଁ ଏଭଳି ଅନେକ ଗୁଡିଏ ପ୍ରୋସେସ୍ ଟ୍ରେନରେ ରହିଛି । ୱେଟିଙ୍ଗ ଲିଷ୍ଟରେ ଥିବା ଟିକେଟ କନଫ୍ରମ ହେଲା କି ନାହିଁ, ଏହିଭଳି ଅନେକ ବିଷୟରେ ଜାଣିବାକୁ ପଡେ ।
ସେଥିମଧ୍ୟରୁ ଗୋଟିଏ ହେଉଛି, ରିଜର୍ଭେସନ୍ ଏଗେଂଷ୍ଟ କ୍ୟାନସଲେସନ୍ (Reservation Against Cancellation-RAC) । ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନRAC ଶବ୍ଦ ବହୁଳ ମାତ୍ରାରେ ବ୍ୟବହାର କରନ୍ତି । ଆଉ ବେଳେବେଳେ କୁହନ୍ତି ମୋ ଟିକେଟ କନଫର୍ମ ହେଲାନି RAC ହେଇଗଲା । ଆଉ କିଏ କହେ ଏହେ ଯାହା ମୋର RAC ରୁ କନଫର୍ମ ହେଇଗଲା ।

RACର ଅର୍ଥ କଣ ?
ତେବେ ଆପଣ ଜାଣିଛନ୍ତି କି RACର ଅର୍ଥ କଣ ? ଟ୍ରେନ୍ରେ ଯାତ୍ରା କରୁଥିବା ବେଳେ ଆପଣ ଭିତରେ ଉପରରୁ ତଳ ସାମ୍ନସାମ୍ନୀ ୬ଟି ସିଟ୍ ଦେଖିବାକୁ ପାଇବେ । ଏହାର ଠିକ୍ ସାମ୍ନାରେ ଆଉ ଦୁଇଟି ସିଟ୍ ଉପର ତଳ ହୋଇ ରହିଥାଏ । ସେଗୁଡିକୁ RAC ସିଟ୍ କୁହାଯାଏ । ସେହି ସିଟ୍ରେ ଦୁଇ ଜଣ ବସିପାରିବେ । କାରଣ ତାହା ଦୁଇ ଜଣଙ୍କ ପାଇଁ ହିଁ ଉର୍ଦ୍ଧିଷ୍ଟ ।
ଯଦି ଆପଣଙ୍କ ଟିକେଟ୍ କନଫର୍ମ ହୋଇନାହିଁ ଏବଂ ତାହା RACରେ ରହିଯାଇଛି ତେବେ ମଧ୍ୟ ଆପଣ ଟ୍ରେନ୍ରେ ବସି ଯାଇପାରିବେ । କିନ୍ତୁ ଗୋଟିଏ ସିଟ୍ରେ ଦୁଇ ଜଣଙ୍କୁ ବସିବାକୁ ପଡ଼ିବ ।
ଅଧା ସିଟ୍ ପାଇଁ ରେଳ ବିଭାଗ କାହିଁକି ପୂରା ଟଙ୍କା ନିଏ ?
ଆପଣ ବସ୍ରେ ଗଲେ ମଧ୍ୟ ଯଦି ସିଟ୍ ନଥାଏ ଏବଂ ଠିଆ ହୋଇ ଯିବାକୁ ପଡେ ତେବେ ମଧ୍ୟ ସମ୍ପୂର୍ଣ୍ଣ ଟଙ୍କା ଦେବାକୁ ପଡିଥାଏ । ଟ୍ରେନ୍ ଯାତ୍ରା ମଧ୍ୟ ସେହିଭଳି । ଗୋଟିଏ ସ୍ଥାନକୁ ଯିବା ପାଇଁ ଯଦି ଅନ୍ୟ କୌଣସି ବିକଳ୍ପ ନାହିଁ ତେବେ ସେମାନେ RAC ମାଧ୍ୟମରେ ଅଧା ସିଟ୍ ପାଇଁ ବି ବିନା କୌଣସି ଦ୍ବିଧାରେ ସମ୍ପୂର୍ଣ୍ଣ ଟଙ୍କା ଦେଇଦିଅନ୍ତି ।
ସମ୍ପୂର୍ଣ୍ଣ ସିଟ୍ ମଧ୍ୟ ମିଳିପାରେ :
ଯାତ୍ରା କରିବା ସମୟରେ ବି ଆପଣଙ୍କ RAC ଟିକେଟ କନଫର୍ମ ହେବାର ସମ୍ଭାବନା ରହିଛି । ଯାହାକି ରେଳ ବିଭାଗର ନିୟମ ରହିଛି । ସେଥିପାଇଁ ମଧ୍ୟ ଯାତ୍ରୀଙ୍କ ଠାରୁ ଟିକେଟ୍ର ସମ୍ପୂର୍ଣ୍ଣ ଭଡା ନିଆଯାଇଥାଏ । କାରଣ ଯଦି ଆପଣଙ୍କ RAC ସିଟ୍ ଯାତ୍ରା ସମୟରେ ବି କନଫର୍ମ ହୋଇଯାଏ ତେବେ ରେଳ ବିଭାଗ ଆଉ ଟଙ୍କା ପାଇପାରେ ନାହିଁ ।
ତେଣୁ ଟ୍ରେନରେ ଠିଆ ହୋଇ ଯିବା ଅପେକ୍ଷା RAC ଟିକେଟ୍ରେ ଯିବାକୁ ଯାତ୍ରୀ ପସନ୍ଦ କରିବା ସହିତ ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ କୁଣ୍ଠାବୋଧ କରୁନାହାନ୍ତି । ତେଣୁ ଏହି RAC ଟ୍ରେନ ଟିକେଟରେ ଲାଗୁ ହୋଇଥାଏ ।












Click it and Unblock the Notifications