ପୁଟିନଙ୍କ ମୃତ୍ୟୁ ମାଗିଲେ ଜେଲେନସ୍କି,କହିଲେ ଆମର ଏବେ କେବଳ ଗୋଟିଏ ଇଚ୍ଛା
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦେଶବାସୀଙ୍କୁ ଖ୍ରୀଷ୍ଟମାସ' ଅବସରରେ ସମ୍ବୋଧିତ କରିଛନ୍ତି। ନିଜ ଭାଷଣରେ ଜେଲେନ୍ସ୍କି ପରୋକ୍ଷରେ କହିଛନ୍ତି ଯେ, ଖ୍ରୀଷ୍ଟମାସ ଅବସରରେ 'ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କର ମୃତ୍ୟୁ' ହିଁ ପ୍ରଭୁ ଯୀଶୁ ଭଗବାନ୍ଙ୍କ ପାଖରେ ଆମ ସମସ୍ତ ୟୁକ୍ରେନ୍ବାସୀଙ୍କର କେବଳ ଗୋଟିଏ ପ୍ରାର୍ଥନା ହେବା ଉଚିତ୍। ଏହା ହିଁ ଆମର ଏକମାତ୍ର ଆଶା, ଇଚ୍ଛା ହେବା ଉଚିତ୍। ସେ ବ୍ୟକ୍ତିଗତ ଭାବେ ମଧ୍ୟ ଏପ୍ରକାର ଇଚ୍ଛା ତଥା ଆଶା କରୁଛନ୍ତି। ଜେଲେନ୍ସ୍କିଙ୍କ କହିବାନୁସାରେ ଗତ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ୟୁକ୍ରେନ୍ବାସୀଙ୍କ ଉପରେ ଆକ୍ରମଣ ତଥା ନରସଂହାର ଚଳାଇଥିବା ରାକ୍ଷସର ମୃତ୍ୟୁ ହିଁ ଏକମାତ୍ର ସମାଧାନ ହୋଇପାରେ।

ଜେନେସ୍କି କହିଛନ୍ତି ଯେ, ପ୍ରାଚୀନ କାଳରୁ ୟୁକ୍ରେନରେ ଏକ ବିଶ୍ୱାସ ରହି ଆସିଛି । ଖ୍ରୀଷ୍ଟମାସ ରାତିରେ ସ୍ୱର୍ଗର ଦୁଆର ଖୋଲାଥାଏ ବୋଲି ଲୋକେ ମାନିଥାନ୍ତି । ଏହି ସମୟରେ ନିଜ ଆଶା ଏବଂ ଇଚ୍ଛା କହିଲେ ତାହା ପୂରଣ ହୋଇଯାଏ । ବାସ୍ତବରେ ଏହା ସତରେ ପରିଣତ ହୁଏ । ସମସ୍ତ ୟୁକ୍ରେନବାସୀ ଗୋଟିଏ ହିଁ ଆଶା ଏବଂ ସ୍ୱପ୍ନ ବାବଦରେ ଭାବିଥାନ୍ତି । ତାହା ହେଉଛି ପୁଟିନଙ୍କ ମୃତ୍ୟୁ ।
ତେବେ ଜେଲେନସ୍କିଙ୍କ ଏହି ବୟାନ ଋଷର ପ୍ରଚଣ୍ଡ ଆକ୍ରମଣ ପରେ ସାମ୍ନାକୁ ଆସିଛି । ମଙ୍ଗଳବାର ଦେଶର ଅନେକ ଜାଗାରେ ପୁଟିନଙ୍କ ସେନା ମିସାଇଲ ଆଟାକ କରିଥିଲା । ଏଥିରେ ତିନି ଜଣ ପ୍ରାଣ ହରାଇଥିଲେ । ଦେଶରେ ବିଦ୍ୟୁତ ସରବରାହ ପୁରା ଠପ୍ ହୋଇଯାଇଥିଲା ।
ସେହିପରି ଖ୍ରୀଷ୍ଟମାସ ଦିନ ମଧ୍ୟ ୟୁକ୍ରେନ ଆକାଶରେ ଋଷିଆର ୧୩୧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ଅଧିକାଂଶ ଡ୍ରୋନକୁ ୟୁକ୍ରେନ ଡିଫେନ୍ସ ସିଷ୍ଟମ୍ ଖସାଇ ଦେଇଥିଲା । କିନ୍ତୁ ୨୨ଟି ଡ୍ରୋନ୍ ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଥିଲା । ପର୍ବ ସମୟରେ ଋଷର ଏପରି ଆକ୍ରମଣକୁ ଜେଲେନସ୍କି ନିନ୍ଦା କରିଛନ୍ତି । ଋଷିଆ ଶାନ୍ତି ଭଙ୍ଗ କରୁଛି । ଖ୍ରୀଷ୍ଟମାସ ଦିନ ପୁଟିନ ନିଜ ରୂପ ଦେଖାଇଛନ୍ତି । ୟୁକ୍ରେନବାସୀଙ୍କୁ ଆକ୍ରମଣ ବିରୋଧରେ ଛିଡା ହେବାକୁ ପଡିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।












Click it and Unblock the Notifications