ବାଂଲାଦେଶରେ ପୁଣି ତେଜିଲା ହିଂସା , ଜାଳିଦେଲେ ନେତାଙ୍କ ଘର: ଝିଅ ଜୀବନ୍ତ ଦଗ୍ଧ
ଛାତ୍ରନେତାଙ୍କ ହତ୍ୟା ପରେ ବାଂଲାଦେଶରେ ପୁଣି ତେଜିଲା ହିଂସା ଲକ୍ଷ୍ମୀପୁରରେ ବିଏନପି ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ। ଘର କବାଟ ବାହାର ପଟୁ ବନ୍ଦ କରି ପେଟ୍ରୋଲ ଢାଳି ଜାଳିଦେଲେ। ଏହି ଅଗ୍ନିକାଣ୍ଡରେ ନେତାଙ୍କ ୭ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ନେଇ ସୂଚନା ମିଳିଛି। ଆଉ ୨ ଝିଅଙ୍କ ସହ ବିଏନପି ନେତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଭବାନୀଗଞ୍ଜ ୟୁନିଅନରେ ବ୍ୟବସାୟୀ ଏବଂ ବିଏନପିର ସହକାରୀ ସଂଗଠନ ସମ୍ପାଦକ ବେଲାଲ ହୁସେନଙ୍କ ଘରେ ନିଆଁ ଲାଗିଯାଇଥିଲା।

ଏହି ଅଗ୍ନିକାଣ୍ଡରେ ବେଲାଲଙ୍କ ୭ ବର୍ଷୀୟା ଝିଅ ଆୟେଶା ଅଖତର ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ ବିଏନପି ନେତା ଏବଂ ତାଙ୍କର ଅନ୍ୟ ଦୁଇ ଝିଅ, ସଲମା ଅଖତର (୧୬) ଏବଂ ସାମିଆ ଅଖତର (୧୪) ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି। ବେଲାଲଙ୍କୁ ଲକ୍ଷ୍ମୀପୁର ସଦର ହସ୍ପିଟାଲରେ ଚିକିତ୍ସା କରାଯାଉଛି ଏବଂ ତାଙ୍କ ଝିଅମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଢାକା ପଠାଯାଇଛି। ତେବେ ଏହା କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଘଟଣା ଘଟାଇଛି ସେନେଇ ତଦନ୍ତ କରୁଛି ପୋଲିସ।












Click it and Unblock the Notifications