ଇରାନରେ ଖୋଲିଲା ବଜାର, ସୁଧୁରିଲା ସ୍ଥିତି
ଇରାନରେ ପରିସ୍ଥିତିରେ ସୁଧାରର ସଂକେତ ମିଳିଛି । ଦେଶବ୍ୟାପୀ ଚାଲିଥିବା ଧର୍ମଘଟକୁ ବନ୍ଦ କରିବା ଲାଗି ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୩ ହଜାର ୯୦ ଜଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେହେରାନର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାରଗୁଡ଼ିକ ପୁଣି ଖୋଲିବା ସହ ପରିସ୍ଥିତି ଶାନ୍ତ ରହିଛି।
ସେଠାରେଏକସପ୍ତାହ ବ୍ୟାପୀ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଅନ୍ୟପକ୍ଷରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିବା ପ୍ରତିବାଦକାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ସେଠାକାର ଧର୍ମଗୁରୁ ଆୟତୁଲ୍ଲା ଖେମିନ୍ ପ୍ରଥମେ ନିର୍ଦ୍ଦେଶ ଦେବା ପରେ ତାହା ପ୍ରତ୍ୟାହାର କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱାଗତ କରିଛନ୍ତି । ତେବେ ଇରାନର ନିର୍ବାସିତ ଯୁବରାଜ ରେଜା ପହଲବୀ ଇରାନ ନାଗରିକମାନଙ୍କୁ ପ୍ରତିବାଦ ଜାରି ରଖିବାକୁ ଅନୁରୋଧ କରିଛନ୍ତି ।

ଗତବର୍ଷ ଡିସେମ୍ବର ୨୮ରେ ଇରାନରେ ମୁଦ୍ରାସ୍ଫୀତି ଏବଂ ଆନ୍ତର୍ଜାତିକ ସ୍ତରରେ ଇରାନର ସ୍ଥିତିକୁ ନେଇ ସାଧାରଣ ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନରେ ୩୫୦ଟି ମସ୍ଜିଦ୍, ୧୨୬ଟି ପ୍ରାର୍ଥନାଗୃହ, ୪୦୦ଟି ଡାକ୍ତରଖାନା, ୧୦୬ଟି ଆମ୍ବୁଲାନ୍ସ ଏବଂ ୭୧ଟି ଅଗ୍ନିଶମ ଯାନବାହାନ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି ।












Click it and Unblock the Notifications