Get Updates
Get notified of breaking news, exclusive insights, and must-see stories!

ଇରାନରେ ସାମରିକ ଆଇନ ଲାଗୁ, ବିଦ୍ରୋହୀଙ୍କ ଦେଖିଲା ମାତ୍ରେ ହେବ ଗୁଳି

ଇରାନରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ସରକାର ବିରୋଧୀ ପ୍ରତିବାଦ ଏବଂ ବଢୁଥିବା ହିଂସା ମଧ୍ୟରେ, ଏବେ ସାରା ଦେଶରେ ସାମରିକ ଆଇନ ଲାଗୁ କରାଯାଇଛି। ଆଇନ ଅନୁସାରେ ଦେଖିଲା ମାତ୍ରେ ଗୁଳି କରିବାକୁ ଆଦେଶ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ମନ୍ତବ୍ୟ ଏବଂ ଧମକ ପରିସ୍ଥିତିକୁ ଆହୁରି ସଙ୍କଟଜନକ କରିଛି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁଯାୟୀ,ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଇରାନ ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି।

iran

ଏପର୍ଯ୍ୟନ୍ତ ୨,୬୧୫ ଜଣ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁ ହେଲାଣି
ଆମେରିକା ମାନବାଧିକାର କାର୍ଯ୍ୟକର୍ତ୍ତା ନ୍ୟୁଜ ଏଜେନ୍ସି ସୂଚନାନୁଯାୟୀ, ଇରାନର ସରକାର ବିରୋଧୀ ଆନ୍ଦୋଳନରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୨,୬୧୫ ଜଣ ପ୍ରଦର୍ଶନକାରୀଙ୍କୁ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ୧୩ ଶିଶୁ ଅଛନ୍ତି। ପ୍ରଦର୍ଶନରେ ଅଂଶଗ୍ରହଣ କରିନଥିବା ୧୪ ଜଣ ନାଗରିକଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଛି। ଆନ୍ଦୋଳନରେ ସାମିଲ ୧୮,୪୦୦ରୁ ଲୋକଙ୍କୁ ଗିରଫ କରାଯାଇଛି।

ସାମରିକ ଆଇନ ଲାଗୁ ହେବା ଦ୍ବାରା ସାମରିକ ବାହିନୀ ଏବେ ଦେଶକୁ ନିୟନ୍ତ୍ରଣ କରିବେ। ଏହା ସାମୟିକ ଭାବରେ ସାଧାରଣ ଆଇନ ଶୃଙ୍ଖଳାକୁ ସ୍ଥଗିତ ରଖାଯିବ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସାମରିକ ବାହିନୀକୁ କର୍ଫ୍ୟୁ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଲଗାଇବା ଭଳି ବିଶେଷ କ୍ଷମତା ପ୍ରଦାନ କରାଯିବ। ଆଇନ ଶୃଙ୍ଖଳା ବଜାୟ ରଖିବା ଦାୟିତ୍ବ ସାମରିକ ବାହିନୀ ଉପରେ ରହିବ। ଇରାନରେ ଶେଷ ଥର ପାଇଁ ୮ ସେପ୍ଟେମ୍ବର ୧୯୭୮ ରେ ସାମରିକ ଆଇନ ଲାଗୁ କରାଯାଇଥିଲା। ସେହି ସମୟରେ, ଶାହ ମହମ୍ମଦ ରେଜା ପହଲଭି ତେହେରାନ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକରେ ଏହାକୁ ଲାଗୁ କରିବାକୁ ଘୋଷଣା କରିଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଦେଶରେ ବଢୁଥିବା ଅସନ୍ତୋଷ ଏବଂ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପୁଣି ଥରେ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+