Get Updates
Get notified of breaking news, exclusive insights, and must-see stories!

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦୁର୍ନୀତି ମାମଲାରେ ୧୦ ବର୍ଷ କାରାଦଣ୍ଡାଦେଶ

ଆୱାମୀ ଲିଗ୍‌ ନେତ୍ରୀ ତଥା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଦୁଇଟି ପୃଥକ୍‌ ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ କରାଯାଇ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ହସିନା ପ୍ରଧାନମନ୍ତ୍ରୀ ଥିବାବେଳେ କ୍ଷମତାର ଅପବ୍ୟବହାର କରି ଢାକା ସହରରେ 'ରାଜୁକ୍‌ ନିଉ ଟାଉନ ପ୍ରୋଜେକ୍ଟ' ପାଇଁ ଉଦ୍ଦିଷ୍ଟ ମୂଲ୍ୟବାନ ସରକାରୀ ଜମିକୁ ନିଜର ସମ୍ପର୍କୀୟଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅଦାଲତ ହସିନାଙ୍କ ଝିଆରୀ ତଥା ବ୍ରିଟେନର ପୂର୍ବତନ ମନ୍ତ୍ରୀ ଟୁଲିପ୍‌ ସିଦ୍ଦିକ୍‌ ଏବଂ ତାଙ୍କ ଭାଇ ରାଦୱାନ ମୁଜିବ ସିଦ୍ଦିକ ବବିଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ପ୍ରତ୍ୟେକଙ୍କୁ ୭ ବର୍ଷ କାରା ଦଣ୍ଡାଦେଶ ପ୍ରଦାନ କରିଥିବା ଜଣାପଡିଛି।

Sheikh Hasina

ହାଉସିଂ ବିଭାଗର ଜଣେ କନିଷ୍ଠ ମନ୍ତ୍ରୀ, ସଚିବ ଏବଂ ରାଜୁକ୍‌ ନିଉ ଟାଉନ ପ୍ରୋଜେକ୍ଟ୍‌ର ତତ୍କାଳୀନ ଅଧ୍ୟକ୍ଷଙ୍କୁ ମଧ୍ୟ ୫ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏହି ଦୁର୍ନୀତି ମାମଲାରେ ମୋଟ ୧୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ହସିନା ଓ ଅନ୍ୟମାନେ ବିଦେଶରେ ଅବସ୍ଥାନ କରୁଥିବାରୁ କେବଳ ଖୁର୍ସିଦ ଆଲମ ନାମକ ଜଣେ ସରକାରୀ ଅଧିକାରୀ ବ୍ୟକ୍ତିଗତଭାବେ ଅଦାଲତରେ ହାଜର ହୋଇଥିଲେ। ଅପରପକ୍ଷରେ ହସିନା ଏହି ଅଭିଯୋଗକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ବାଂଲାଦେଶରେ କ୍ଷମତାସୀନ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଚକ୍ରାନ୍ତ ଯୋଗୁଁ ତାଙ୍କୁ ଏଭଳି ଭାବେ ଦଣ୍ଡିତ କରାଯାଇଥିବା ହସିନା କହିଛନ୍ତି।

ସୂଚନାଯୋଗ୍ୟ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ତୀବ୍ରତର ହେବା ଫଳରେ ହସିନା ୨୦୨୪ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡି ଭାରତ ପଳାଇ ଆସିଛନ୍ତି। ତାଙ୍କର ଅନୁପସ୍ଥିତିରେ ୟୁନୁସ ସରକାର ଆୱାମୀ ଲିଗ୍‌କୁ ବେଆଇନ ଘୋଷଣା କରିଥିବାବେଳେ ହସିନାଙ୍କ ବିରୋଧରେ ଏକାଧିକ ଦୁର୍ନୀତି ମାମଲା ମଧ୍ୟ ରୁଜୁ କରିସାରିଛନ୍ତି। ଏଥିମଧ୍ୟରୁ କେତେକ ମାମଲାରେ ହସିନାଙ୍କୁ ଦୋଷୀସାବ୍ୟସ୍ତ କରାଯାଇ ପୃଥକ୍‌ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ଚଳିତ ମାସ ୧୨ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା​‌େ​‌ବଳେ ଆୱାମୀ ଲିଗ୍‌ ପ୍ରତିଦ୍ବନ୍ଦ୍ବିତା କରିବାରୁ ବଞ୍ଚିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+