ପଳାତକ ମେହୁଲ ଚୋକସୀଙ୍କ ଜାମିନ ମଞ୍ଜୁର କଲେ ଡୋମିନିକା ହାଇକୋର୍ଟ
ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ଡୋମିନିକା କୋର୍ଟ । ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ଡୋମିନିକା ହାଇକୋର୍ଟ ଅନୁମତି ଦେଇଛନ୍ତି ।
ନୂଆଦିଲ୍ଲୀ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ଡୋମିନିକା କୋର୍ଟ । ଚିକିତ୍ସା ପାଇଁ ବାହାରକୁ ଯିବା ପାଇଁ ଡୋମିନିକା ହାଇକୋର୍ଟ ଅନୁମତି ଦେଇଛନ୍ତି । ଅସୁସ୍ଥ ଥିବା ଦର୍ଶାଇ ସେ ଜାମିନ ଆବେଦନ କରିଥିଲେ । ପଂଜାବ ନାସନାଲ୍ ବ୍ୟାଙ୍କରୁ 13 ହଜାର 500 କୋଟି ଟଙ୍କାର ଠକେଇର ଫ୍ରଡ୍ ମାଷ୍ଟର ମେହୁଲ ଚୋକସିକୁ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବା ଅଭିଯୋଗରେ ମେ' 23 ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା ।

ଚିକିତ୍ସା ଶେଷ ହେବା ପରେ ଡୋମିନିକାରେ ଅବୈଧ ପ୍ରବେଶ ନେଇ ଡୋମିନିକା ଫେରିବା ପାଇଁ ଚୋକସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଣ୍ଟିଗିଆରୁ ଫେରାର ହୋଇ ଡୋମିନିକା ପୋଲିସ ଦ୍ୱାରା ଗିରଫ ହୋଇଥିଲା ମେହୁଲ ଚୋକସୀ । ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସବୁ ପ୍ରକାରର ପ୍ରୟାସ ଜାରି ରହିଛି । ତାଙ୍କୁ ଜାମିନ ମିଳିଥିବାରୁ ସେ ପଡ଼ୋଶୀ ଆଣ୍ଟିଗୁଆ ବରମୁଡ଼ା ଯାଇପାରିବେ । ତାଙ୍କୁ ଡୋମିନିକା ହାଇକୋର୍ଟ ଜାମିନ ପାଇଁ 10ହଜାର ଇସି(ଇଷ୍ଟର୍ଣ୍ଣ କାରେବିୟାନ ଡଲାର) ଜମା କରିବାକୁ କହିଛନ୍ତି ।
ଅପରପକ୍ଷରେ ମାନବିକତା ଦୃଷ୍ଟିକୋଣରୁ ଚିକିତ୍ସା ନେଇ ମାନ୍ୟବର କୋର୍ଟ ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଥିବା ଚୋକସିଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ କହିଛନ୍ତି । ଏବଂ ଏହା ବିରୋଧ ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ଆବେଦନ ବିଫଳ ହୋଇଥିବା କହିଛନ୍ତି ।
ଭାରତରୁ ଫେରାର ହେବା ପରେ ସେ 2018 ରୁ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ । ହେଲେ କିଛି ଦିନ ତଳେ ସେ ବେଆଇନ ଭାବେ ଡୋମିନିକାରେ ପ୍ରବେଶ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ସେ ଗିରଫ ହେବା ପରେ ଭାରତର ଗୋଟିଏ ଟିମ୍ ସେଠାକୁ ଯାଇଥିଲା । ଚୋକ୍ସିଙ୍କୁ ସେଠାରୁ ଭାରତ ଆଣିବାକୁ ଟିମ୍ ପକ୍ଷରୁ ଚେଷ୍ଟା କରାଯାଇଥିଲେ ହେଁ ଏହା ସମ୍ଭବ ହୋଇ ନଥିଲା । ସୂଚନାଯୋଗ୍ୟ, କାରେବିୟାନ ସମୁଦ୍ରରେ ଚୋକ୍ସି ସମୁଦ୍ରରେ କିଛି ଦସ୍ତାବିଜ୍ ଫୋପାଡ଼ୁ ଥିବା ବେଳେ ପୁଲିସ୍ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲା। ପୁଲିସକୁ ଦେଖିବା କ୍ଷଣି ସେ ଦୌଡ଼ିବା ଆରମ୍ଭ କରିଥିଲେ । ପୁଲିସ୍ ତାଙ୍କୁ ଦୀର୍ଘ ସମୟ ଧରି ଗୋଡ଼ାଇବା ପରେ ଶେଷରେ କାବୁ କରିଥିଲା ।












Click it and Unblock the Notifications