Get Updates
Get notified of breaking news, exclusive insights, and must-see stories!

ମେହୁଲ ଚୋକସୀଙ୍କୁ ବଡ ଝଟକା, ଜାମିନ ଆବେଦନ ଖାରଜ କଲେ ଡୋମିନିକା ମାଜିଷ୍ଟ୍ରେଟ

ମେହୁଲ ଚୋକସୀଙ୍କ ଜାମିନ ପାଇଁ ଡୋମିନିକା କୋର୍ଟରେ ଦାଖଲ ହୋଇଥିବା ଜାମିନ ଆବେଦନକୁ ଡୋମିନିକା କୋର୍ଟର ମାଜିଷ୍ଟ୍ରେଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ମେହୁଲ ଚୋକସୀଙ୍କ ପିଛା ଛାଡ଼ୁନାହିଁ ସମସ୍ୟା । ଡୋମିନିକାରେ ମେହୁଲ ଚୋକସୀଙ୍କୁ ଯେଉଁ ନାଟକୀୟ ଢଙ୍ଗରେ ଗିରଫ କରାଯାଇଥିଲା, ଏହା ପରେ ପ୍ରଶ୍ନ ଉଠୁଥିଲା ମେହୁଲ କିପରି ଡୋମିନିକାକୁ ଆସିଲେ । ଏହି ସମୟରେ, ମେହୁଲ ଚୋକସୀଙ୍କ ଜାମିନ ପାଇଁ ଡୋମିନିକା କୋର୍ଟରେ ଦାଖଲ ହୋଇଥିବା ଜାମିନ ଆବେଦନକୁ ଡୋମିନିକା କୋର୍ଟର ମାଜିଷ୍ଟ୍ରେଟ ପ୍ରତ୍ୟାଖ୍ୟାନ କରିଛନ୍ତି । ମେହୁଲ ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଛି, ଯଦିଓ ଚୋକସୀ କହିଛନ୍ତି ଯେ ତାଙ୍କୁ ଅପହରଣ କରି ବନ୍ଦୀ ରଖାଯାଇଥିଲା ଏବଂ ଆଣ୍ଟିଗୁଆରୁ ଡୋମିନିକାକୁ ଅଣାଯାଇଥିଲା । ଅନ୍ୟପକ୍ଷରେ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ମେହୁଲଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଯେ ସେ ଉପର କୋର୍ଟର ଦ୍ୱାରସ୍ଥ ହେବେ ।

Mehul-Choksi

ସୂଚନାଯୋଗ୍ୟ, ନିକଟରେ ଡୋମିନିକାରେ ମେହୁଲ ଚୋକସୀଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ବାହାରକୁ ଆସିଥିବା ଫଟୋରେ ଏହା ଦେଖିବାକୁ ମିଳେ ଯେ ମେହୁଲ ଚୋକସୀ ବହୁତ ଆଘାତ ପାଇଛନ୍ତି । ମେହୁଲ ଚୋକସୀଙ୍କ ଓକିଲ ଦାବି କରିଛନ୍ତି ଯେ ମେହୁଲଙ୍କୁ ଜବରଦସ୍ତ ବନ୍ଦୀ କରି ଡୋମିନିକାକୁ ଅଣାଯାଇଥିଲା, କିନ୍ତୁ ଅନ୍ୟପକ୍ଷ ଅନୁସାରେ ମେହୁଲ କ୍ୟୁବାକୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଚୋକସୀଙ୍କୁ ଶୀଘ୍ର ଭାରତକୁ ପଠାଯାଇପାରେ ବୋଲି ଆଶା କରାଯାଉଛି । ଡୋମିନିକା ସରକାରଙ୍କ ତରଫରୁ କୋର୍ଟରେ କୁହାଯାଇଛି ଯେ ଚୋକସୀଙ୍କୁ ଭାରତକୁ ପଠାଯିବ ।

ସୂଚନାଯୋଗ୍ୟ, ମେହୁଲ ଚୋକସୀଙ୍କୁ ଆଣ୍ଟିଗୁଆ ନାଗରିକତା ମିଳିସାରିଛି । ଭାରତର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ 14 ହଜାର କୋଟି ଟଙ୍କା ସ୍କାମରେ ତାଙ୍କ ନାଁ ଆସିବା ପରେ ମେହୁଲ ଭାରତରୁ ପଳାୟନ କରି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିଥିଲେ । ଏଥି ସହିତ ଆଣ୍ଟିଗୁଆର ମେହୁଲର ନାଗରିକତ୍ୱକୁ ଭାରତ ବେଆଇନ ଘୋଷଣା କରିଛି । ଭାରତ ପକ୍ଷରୁ କୁହାଯାଇଛି ଯେ ମେହୁଲ ମିଥ୍ୟା ସୂଚନା, ଆଫିଡେଭିଟ ଏବଂ ଡକ୍ୟୁମେଣ୍ଟ ମାଧ୍ୟମରେ ଆଣ୍ଟିଗୁଆର ନାଗରିକତ୍ୱ ନେଇଛନ୍ତି । ଅନ୍ୟପକ୍ଷରେ, ଚୋକସୀଙ୍କ ଓକିଲ କହିଛନ୍ତି ଯେ, ସମ୍ବିଧାନ ଅନୁଯାୟୀ ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ନାଗରିକତ୍ୱ ପାଇଁ ଆବେଦନ କରନ୍ତି, ସେତେବେଳେ ସେହି ବ୍ୟକ୍ତିଙ୍କ ନାଗରିକତା ଆପେ ଆପେ ରଦ୍ଦ ହୋଇଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+