ଇରାନ୍ରେ ସରକାର ବିରୋଧି ହିଂସାରେ ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି
ଇରାନ୍ରେ ଦେଶ ବ୍ୟାପି ସରକାର ବିରୋଧୀ ଆନ୍ଦୋଳନ ଯୋଗୁଁ ବିଭିନ୍ନ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଛି । ଦୀର୍ଘ ଦୁଇ ସପ୍ତାହ ଧରି ଇରାନ୍ରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆମେରିକା ଭିତ୍ତିକ ମାନବାଧିକାର ସମ୍ବାଦ ସରୋବରାହ ସଂସ୍ଥା ପକ୍ଷରୁ କୁହାଯାଇଛି, ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ଲାଇନ୍ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

ଘଟଣାରେ ୨ହଜାର ୬୦୦ ଜଣଙ୍କୁ ଅଟକ ରଖାଯାଇଛି । ୟୁରୋପୀୟ ସହରଗୁଡ଼ିକରେ ଲୋକମାନେ ସରକାର ବିରୋଧୀ ଆନ୍ଦୋଳନ ଜାରି ରଖିଛନ୍ତି । ଅପରପକ୍ଷେ ଇରାନ୍ର ନେତାମାନେ ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକରେ ହେଉଥିବା ଆନ୍ଦୋଳନ ପାଇଁ ଆମେରିକା ପ୍ରଶାସନକୁ ନିନ୍ଦା କରିଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କୁ ଖୁସି କରାଇବା ଲାଗି ବିକ୍ଷୋଭକାରୀମାନେ ଏପରି କାର୍ଯ୍ୟ ଜାରି ରଖିଥିବା ଇରାନ୍ର ନେତା ଆୟାତୁଲ୍ଲା ଅଲି ଖାମେନି କହିଛନ୍ତି ।












Click it and Unblock the Notifications