ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
ଇମ୍ରାନ ଖାନଙ୍କୁ ନେଇ ଆସିଲା ବଡ଼ ଖବର। ଅନେକ ଦିନ ଯନ୍ତ୍ରଣା ଦେବା ପରେ ଶେଷରେ କୋର୍ଡ ଶୁଣାଇଲା ବଡ଼ ରାୟ। ଅନେକ ଦିନରୁ ଦୁର୍ନୀତି ମାମଲାରେ ଫସି ସେ ଜେଲରେ ରହିଥିଲେ, ଆଉ ଆଜି ସବୁ ପ୍ରଶ୍ନରୁ ପୂର୍ଣ୍ଣଚ୍ଛେଦ ହଟାଇ ତାଙ୍କ ନାମରେ ସଜା ଶୁଣାଇ ଦେଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ୧୭ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛି ପାକିସ୍ତାନ କୋର୍ଟ।
ଏବେ ଏହା ସାରା ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଦେଇଛି। କାରଣ କିଛଇ ଦିନ ଆଗରୁ ଇମ୍ରାନଙ୍କୁ ଜେଲରେ ଭେଟିବା ପାଇଁ ତାଙ୍କର କୌଣସି ପରିବାର ଲୋକଙ୍କୁ ଭିତରକୁ ଛଡା ଯାଉନଥଇଲା। ଏଣୁ ଜେଲ ଭିତରେ କିଛି ଗୋଟେ ଅଘଟଣ ଘଟିଥିବା କହି ତାଙ୍କର ଭଉଣୀ ସମର୍ଥକ ମାନଙ୍କ ସହ ଜେଲ ବାହାରେ ଆନ୍ଦୋଳନ କରିଥିଲେ, ପରେ ତାଙ୍କୁ ଇମ୍ରାନଙ୍କ ସହ ଭେଟିବାକୁ ଦିଆଯାଇଥିଲା, ସେଥିରୁ ଜଣାପଡିଥିଲା କି ତାଙ୍କ ଭଉଣୀ କହିଥିଲେକି ଇମ୍ରାନଙ୍କୁ ବହୁତ କଷ୍ଟରେ ରଖାଯାଇଛି।

ଆଉ ଏହା ମଧ୍ୟ ଖୁବ ଭାଇରାଲ ହୋଇଥିଲା। ମାତ୍ର ତାଙ୍କୁ ସଜା ଶୁଣାଯାଇନଥିଲା। ଆଉ ଆଜି କୋର୍ଟ ଏହାର ଫଇସଲା କରିଦେଇଛି। ଦୁର୍ନୀତ ମାମଲାରେ ତାଙ୍କୁ 17 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଗଲା। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଏକ ଝଟକା ଲାଗିଛି। ଏକ ଦୁର୍ନୀତି ମାମଲାରେ ଏକ କୋର୍ଟ ତାଙ୍କୁ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାଟି ଖାନ ଏବଂ ତାଙ୍କ ପତ୍ନୀଙ୍କ ଦ୍ୱାରା ୨୦୨୧ ମସିହାରେ ସାଉଦି ଆରବ ସରକାରଙ୍କ ଠାରୁ ପାଇଥିବା ସରକାରୀ ଉପହାରରେ କରାଯାଇଥିବା ଠକେଇ ସମ୍ପର୍କିତ। ରାୱଲପିଣ୍ଡିର ଆଡିଆଲା ଜେଲରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ଶାହରୁଖ ଅର୍ଜୁମନ୍ଦ ଏହି ଦଣ୍ଡ ଘୋଷଣା କରିଛନ୍ତି।
ପୂର୍ବତନ ପ୍ରଥମ ଦମ୍ପତିଙ୍କୁ କୋର୍ଟ ପ୍ରତ୍ୟେକଙ୍କୁ ୧୦ ନିୟୁତ ଜରିମାନା ମଧ୍ୟ କରିଥିଲେ। ଖାନଙ୍କୁ ପ୍ରଥମେ ୯ ମଇ, ୨୦୨୩ରେ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଥିଲା। ପରେ, ଅଗଷ୍ଟ ୨୦୨୩ରେ, ତାଙ୍କୁ ତୋଶାଖାନା ମାମଲାରେ ପୁଣି ଗିରଫ କରାଯାଇଥିଲା।
ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଏବଂ କ୍ରିକେଟ ବିଶ୍ୱକପ୍ ବିଜୟୀ ଅଧିନାୟକଙ୍କ ନୂତନ ଦଣ୍ଡାଦେଶ ଜେଲ ଭିତରେ ଖାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ନେଇ ପାକିସ୍ତାନ ସରକାରଙ୍କ ସମାଲୋଚନା ଚାଲିଥିବା ମଧ୍ୟରେ ହିଁ ଆସିଛି, ଏପରିକି ଜାତିସଂଘ ମଧ୍ୟ ଖାନଙ୍କୁ ଏକାକୀ କାରାଗାରରୁ ମୁକ୍ତ କରିବାକୁ କହିଥିଲେ। ଏହାସତ୍ତ୍ବେ ପାକିସ୍ତାନ ତାର ମନମାନୀ ଚଲାଇଥିଲା। ଆଉ ଏହାରି ଭିତରେ ବର୍ତମାନ ଏରପରି ଖବର ସାମ୍ନାକୁ ଆସିଛି।












Click it and Unblock the Notifications