Get Updates
Get notified of breaking news, exclusive insights, and must-see stories!

ଆମେରିକା ଆକ୍ରମଣ କଲେ ପାରିବ ତ ଇରାନ, ଚିନ୍ତାରେ ଖାମେନି

ଇରାନକୁ ଚାରିପଟୁ ଘେରିଛି ଆମେରିକା। ମଧ୍ୟପ୍ରାଚ୍ୟରେ ମାଳମାଳ ଆମେରିକା ସେନା ଘାଟି। ଏହି ଘାଟିଗୁଡ଼ିକ ଆମେରିକା ସେନା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହା ମାଧ୍ୟମରେ ଆମେରିକା ଏହି କ୍ଷେତ୍ରରେ ଅନେକ ଅଭିଯାନ ସଞ୍ଚାଳନ କରିଥାଏ । ତେଣୁ ଇରାନକୁ ଆମେରିକା ଆକ୍ରମଣ କରିବା ଆମେରିକା ପାଇଁ ସହଜ ହେବ । ସେପଟେ ଆମେରିକା ଧମକର ଜବାବରେ ଇରାନ ସେହି ଘାଟିଗୁଡ଼ିକୁ ଆକ୍ରମଣ କରିବା ଲାଗି ବାରମ୍ବାର ଧମକ ଦେଉଛି। ତେବେ ଯଦି ଇରାନ ଏହି ସେନା ଘାଟି ଉପରେ ଆକ୍ରମଣ କରେ ତାହେଲେ ତାକୁ ଆମେରିକା ଆକ୍ରମଣର ସାମ୍‌ନା କରିବାକୁ ପଡ଼ିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି। ଦେଖିବାକୁ ଗଲେ ଇରାନ ତୁଳନାରେ ଆମେରିକାର ଶକ୍ତି ଏବଂ ସ୍ଥିତି ବେଶ୍‌ ମଜଭୁତ ।

ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ଘାଟିଗୁଡ଼ିକ ମଧ୍ୟରୁ ବାହାରିନ୍‌ରେ ଆମେରିକୀୟ ନୌସେନା ଘାଟି ରହିଛି । ଏଠାରେ ଆମେରିକାର ନୌସେନାର ଫିଫ୍‌ଥ ଫ୍ଲିଟ୍‌ ମୁଖ୍ୟାଳୟ ଅଛି । ଏହି ଫ୍ଲିଟ୍‌ ଲୋହିତ ସାଗର, ଆରବ ସାଗର, ଭାରତ ମହାସାଗର ସମେତ ଉପସାଗରୀୟ କ୍ଷେତ୍ରର ଅନେକ ଅଂଶରେ ନଜର ରଖିଥାଏ । ସାମୁଦ୍ରିକ ସୁରକ୍ଷା ଦୃଷ୍ଟିରୁ ଏହି ଘାଟି ଆମେରିକା ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ । କାତାର ରାଜଧାନୀ ଦୋହାର ବାହାର ମରୁଭୂମିରେ ଆମେରିକାର ଅଲ୍‌ ଉଦିଦ୍‌ ଏୟାରବେସ୍‌ ରହିଛି । ଏହା ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟାଳୟ । ଏହି କମାଣ୍ଡ ଇଜିପ୍ଟରୁ କାଜାଖସ୍ତାନ ପର୍ଯ୍ୟନ୍ତ ବଡ଼ କ୍ଷେତ୍ରରେ ଆମେରିକୀୟ ସୈନ୍ୟ ଅଭିଯାନକୁ ସମ୍ଭାଳିଥାଏ । ଏଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନ୍ୟ ରହିଥାନ୍ତି । ନିକଟରେ ଆମେରିକା ସେଣ୍ଟ୍ରାଲ କମାଣ୍ଡ ସେଠାରେ ଏକ ନୂଆ କୋଅର୍ଡିନେସନ ସେଲ୍‌ ଖୋଲିଛି, ଯାହା କି କ୍ଷେତ୍ରୀୟ ବାୟୁସୀମା ଏବଂ ମିସାଇଲ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବ ।

​​

କୁଏତରେ ମଧ୍ୟ ଆମେରିକାର ଅନେକ ବଡ଼ ସୈନ୍ୟ ଘାଟି ରହିଛି । କ୍ୟାମ୍ପ୍‌ ଅରିଫଜନ ଆମେରିକୀୟ ଆର୍ମି ସେଣ୍ଟ୍ରାଲର ମୁଖ୍ୟାଳୟ । ଅଲି ଅଲ୍‌ ସଲେମ ଏୟାର ବେସ୍‌ ଇରାକ ସୀମାରୁ ମାତ୍ର ୪୦ କିମି ଦୂର । ଏହାକୁ 'ଦ ରକ୍‌' ବୋଲି କୁହାଯାଏ । କାରଣ ଏହା ବିଚ୍ଛିନ୍ନାଞ୍ଚଳ ଏବଂ ଏଠାକୁ ରାସ୍ତା ବେଶ୍‌ ଜଟିଳ । ୨୦୦୩ରେ ଇରାକ୍‌ ଯୁଦ୍ଧ ବେଳେ କ୍ୟାମ୍ପ୍‌ ବ୍ୟୁହାରିଙ୍ଗ ବନାଯାଇଥିଲା । ଏହା ଇରାକ ଏବଂ ସିରିଆରେ ମୁତୟନ ହେବାକୁ ଥିବା ଆମେରିକା ସେନା ପାଇଁ ଷ୍ଟେଜିଂ ପୋଷ୍ଟ । ୟୁଏଇ ରାଜଧାନୀ ଆବୁଧାବିର ଦକ୍ଷିଣରେ ଆମେରିକାର ଅଲ୍‌ ଧଫରା ଏୟାରବେସ୍‌ ରହିଛି, ଯାହା କି ୟୁଏଇ ବାୟୁସେନା ସହ ମିଳିତ ଭାବେ କାମ କରେ । ଆତଙ୍କୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ବିରୋଧରେ ଅଭିଯାନ ଏବଂ ଗୁଇନ୍ଦା ମିଶନରେ ଏହି ସେନାଘାଟି ବେଶ୍‌ ସହାୟକ ହୋଇଥାଏ । ଦୁବାଇର ଜେବେଲ ଅଲି ପୋର୍ଟ ଔପଚାରିକ ସେନା ଘାଟି ନ ହୋଇଥିଲେ ହେଁ ମଧ୍ୟପ୍ରାଚ୍ୟରେ ଆମେରିକା ନୌସେନାର ସବୁଠୁ ବଡ଼ ବନ୍ଦର । ଏଠାକୁ ଆମେରିକୀୟ ବିମାନ ବାହକ ଏବଂ ଅନ୍ୟ ଜାହାଜ ନିୟମିତ ଭାବେ ଆସିଥାଏ । ଇରାକର ପଶ୍ଚିମ ଅନବାର ପ୍ରାନ୍ତରେ ଆମେରିକାର ଅଲ୍‌ ଅସନ ଏୟାରବେସ୍‌, ଉତ୍ତର ଇରାକର କୁର୍ଦ୍ଦିସ୍ତାନ କ୍ଷେତ୍ରରେ ଏରବିଲ୍‌ ଏୟାରବେସ୍‌ ରହିଛି । ସାଉଦିରେ ରିୟାଦଠାରୁ ୬୦ କିମି ଦକ୍ଷିଣରେ ପ୍ରିନ୍ସ ସୁଲ୍‌ତାନ ସେନା ଘାଟି ରହିଛି । ଜୋର୍ଡାନ୍‌ରେ ରାଜଧାନୀ ଅମନରୁ ୧୦୦ କିମି ଦୂର ଉତ୍ତର-ପୂର୍ବରେ ଆମେରିକାର ମୁବାଫକ୍‌ ଅଲ୍‌ ସାଲ୍‌ଟି ଏୟାରବେସ୍‌ ରହିଛି । ତୁର୍କୀରେ ଆମେରିକା ଏବଂ ତୁର୍କୀ ମିଳିତ ଭାବେ ଦକ୍ଷିଣ ଅଦାନା ପ୍ରାନ୍ତରେ ଇନ୍‌ସରଲିକ୍‌ ଏୟାର ବେସ୍‌ ଚଲାଉଛନ୍ତି । ଏସବୁକୁ ଦେଖିଲେ ଇରାନକୁ ଆମେରିକା ଆକ୍ରମଣ କରିବା ସହଜ ବୋଲି ମନେ ହୁଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+