ତାଇୱାନ ମେଟ୍ରୋ ଷ୍ଟେସନରେ ଆତତାୟୀର ଆକ୍ରମଣରେ ୩ ମୃତ୍ୟୁ, ୯ ଗୁରୁତର ଆହତ
International
oi-Rakesh Kumar Barik
ଅଷ୍ଟ୍ରେଲିଆର ବେଳାଭୂମୀରେ ଆତଙ୍କୀଙ୍କ ବର୍ବରକାଣ୍ଡ ପରେ ଏବେ ତାଇୱାନର ମେଟ୍ରୋ ଷ୍ଟେସନ । ତାଇୱାନର ରାଜଧାନୀ ତାଇପେଇର ମେଟ୍ରୋ ଷ୍ଟେସନରେ ଦୁବୃତ୍ତଙ୍କ ଛୁରାମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଲୋକ ଗହଳି ଥିବା ମେଟ୍ରୋ ଷ୍ଟେସନରେ ଆକ୍ରମଣକାରୀ ଜଣକ ଯାହାକୁ ପାରିଲା ତାକୁ ଛୁରି ମାରି ଚାଲିଥିଲା । ଫଳରେ ଲୋକମାନେ ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲା, ଧାଉଁ ଥିବାର ଦେଖିବାକୁ ମିଳିଛି ।
ସଇତାନ ଜଣକ ପ୍ରଥମେ ମେଟ୍ରୋ ଷ୍ଟେସନକୁ ଆସି ନିଜକୁ ପ୍ରସ୍ତୁତ କରିଥିଲା, ଆଉ ଏହାପରେ ଧୂଆଁ ସୃଷ୍ଟିକାରୀ ବୋମା ଫିଙ୍ଗିଥିଲା । ଏହାପରେ ଜଣକ ପରେ ଜଣକୁ ଛୁରାମାଡ଼ କରିଚାଲିଥିଲା । ପରେ ଦୁର୍ବତ୍ତ ଜଣକର ଏକ କୋଠାରୁ ପଡ଼ି ଜୀବନ ଯାଇଛି । ଏହି ଆକ୍ରମଣ ନେଇ ତାଇୱାନ ପୁଲିସ୍ ତଦନ୍ତ ଚଳାଇଛି । ତାଇୱାନ ଅପେକ୍ଷାକୃତ ଏକ ଶାନ୍ତିପ୍ରିୟ ଦେଶ । ତେଣୁ ଏଠାରେ ଏଭଳି ଘଟଣା ବିରଳ । ତେଣୁ ଏହି ଆକ୍ରମଣ ପଛରେ କିଛି ଆତଙ୍କବାଦୀ ସମ୍ପୃକ୍ତି ଅଛି କି ନାହିଁ ସ୍ପଷ୍ଟ ହୋଇ ନାହିଁ । ନିକଟରେ ଅଷ୍ଟ୍ରେଲିଆର ଏକ ବେଳାଭୂମୀରେ ଦୁଇ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳିଚାଳନାରେ ୧୫ ଜଣଙ୍କ ଜୀବନ ଯାଇଥିଲା ।
English summary
3 dead, 9 seriously injured in Taiwan metro station attack