ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ସର୍ବଦଳୀୟ ବୈଠକରେ ବିଜେଡ଼ିର ଦାବି

ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ ବୋଲି ଦାବି କରିଛି ବିଜେଡ଼ି ।

ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ପାଇଁ ୟୁନିଅନ ବଜେଟ୍ ଉପସ୍ଥାପନ ପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କେନ୍ଦ୍ର ସରକାର ବଜେଟ୍ ସମ୍ପର୍କରେ ସମସ୍ତ ଦଳର ସାଂସଦଙ୍କ ସହ ଆଲୋଚନା କରିବା ସହ ଏହା ସମ୍ପର୍କରେ ସମସ୍ତ ଦଳର ନେତାଙ୍କୁ ଅବଗତ କରାଯାଇଛି । ଏବ ବୈଠକରେ ଓଡ଼ିଶା ତରଫରୁ ବିଜେଡ଼ି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲା । ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଉଠାଇଛନ୍ତି ମହିଳା ସଂରକ୍ଷଣ ପ୍ରସଙ୍ଗ । ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ ବୋଲି ଦାବି କରିଛି ବିଜେଡ଼ି ।

Pinaki-Mishra

ସର୍ବୋଦଳୀୟ ବୈଠକରେ ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ବିଜେଡି । ସମୁଦାୟ 21 ଲୋକସଭା ଆସନରୁ 7 ଜଣ ମହିଳାଙ୍କୁ ଲୋକସଭା ଯିବା ପାଇଁ ଟିକେଟ୍ ଦେଇଥିଲା । ସେଥିରୁ 5 ଜଣ ବିଜୟୀ ହୋଇ ସାଂସଦ ହୋଇଛନ୍ତି । ଓଡ଼ିଶା ହେଉଳି ଏଭଳି ଏକ ରାଜ୍ୟ ଯେଉଁଠି ଏକ ତୃତୀୟାଂଶ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି ।

ସାର୍ବଜନିକ ରୂପରେ କଂଗ୍ରେସ ଓ ବିଜେପି ମଧ୍ୟ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ ଜଣାଇ ସାରିଛନ୍ତି । ଏଭଳିକି YSR କଂଗ୍ରେସ ଓ ତେଲେଙ୍ଗାନା ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏଣୁ କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ପୂର୍ବରୁ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାବେଳେ ଏହାକୁ ଏବେ ଲୋକସଭାରେ ଆଣିବା ପାଇଁ ଦାବି କରିଛି ବିଜେଡି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+