For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଫେରିଲା ସଟଡାଉନ୍, ସବୁ ଶନି ଓ ରବିବାର ସଟଡାଉନ୍

ପୁଣି ଫେରିଲା ସଟଡାଉନ୍ । ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ସାରା ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମେ 15ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।

|

ଭୁବନେଶ୍ୱର : ପୁଣି ଫେରିଲା ସଟଡାଉନ୍ । ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ସାରା ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଲକ୍ଷରେ ରଖି ରାଜ୍ୟ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମେ 15ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବା ସହିତ ଅନ୍ୟ ସମସ୍ତ ସେବା ଉପରେ ରୋକ ଲାଗିବ । ମାଲ ପରିବହନ ଓ ମଣ୍ଡି ଖୋଲା ରହିବ । ଜାତୀୟ ରାଜପଥ କଡ଼ରେ ଥିବା ଢାବା ଖୋଲା ରହିବ । ଏହି ଦିନମାନଙ୍କରେ କେବଳ ଖାଦ୍ୟ ପାର୍ସଲ ପାଇଁ ଅନୁମତି ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

shutdown

ଏହି ସମୟରେ ଜରୁରିକାଳୀନ ସେବା ଯୋଗାଉଥିବା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସଂସ୍ଥା ଗୁଡ଼ିକ କାର୍ଯ୍ୟକ୍ଷମ ରହିବ । ଏଥିପାଇଁ ସଟଡାଉନ୍ ସମୟରେ କୌଣସି ସ୍ୱତନ୍ତ୍ର ପାସର ବ୍ୟବସ୍ତା ନାହିଁ । ଏହି ସମୟରେ ସେମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିଶନର । ସଟଡାଉନ ସମୟରେ ମେଡିକାଲ କାର୍ଯ୍ୟରେ ଯାଉଥିବା ରୋଗୀ ଆବଶ୍ୟକୀୟ କାଗଜପତ୍ର ଦେଖାଇ ଯାଇପାରିବେ । ଗଣମାଧ୍ୟମ କର୍ମଚାରୀଙ୍କୁ ୟାତାୟତ ପାଇଁ ଅନୁମତି ଦିଆଯାଇଛି ।

ପୂର୍ବରୁ ରାଜ୍ୟ ସରକାର ଜାରି କରିଥିବା ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଏହା ପୂର୍ବରୁ ସପ୍ତାହନ୍ତ ସଟଡାଉନ୍ ଜାରି କରାଯାଇଥିଲା ।

ସେହିପରି ବାହାଘରରେ ସର୍ବମୋଟ 50 ଜଣ ଲୋକ ଯୋଗ ଦେଇପାରିବେ । ଏଥିପାଇଁ 24 ଘଣ୍ଟା ପୂର୍ବରୁ ପ୍ରଶାସନଠାରୁ ଅନୁମତି ଆଣିବାକୁ ପଡିବ ବୋଲି କୁହାଯାଇଛି । ସେହିପରି ବିବାହ ଶୋଭାଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇନି, ଯଦି କେହି ଏହାକୁ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବଢୁଥବା କରୋନା ମାମଲାକୁ କମାଇବା ପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି । ଏହି କଟକଣା ଅର୍ଥାତ ସଟଡାଉନ ଆସନ୍ତା 21 ତାରିଖରୁ ଆରମ୍ଭ କରାଯିବ । ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ସରକାର ଏହି କଟକଣା ବଳବତ୍ତର ରଖିବେ ବୋଲି କହିଛନ୍ତି ଏସଆରସି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Weekend Shutdown in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X