Get Updates
Get notified of breaking news, exclusive insights, and must-see stories!

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ ; ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

"ସେଚ ସମାଧାନ" ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଭଳି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭାରମ୍ଭ କରିଛନ୍ତି |

ଭୁବନେଶ୍ୱର : ମୋବାଇଲ ଫଟୋରୁ ହେବ ସମସ୍ୟାର ସମାଧାନ | ଜଳସେଚନ ସମସ୍ୟା ପାଇଁ ଚାଷକାମ ଛାଡି ଆଉ ଚାଷୀକୁ ଅଫିସକୁ ଦୌଡିବାକୁ ପଡ଼ିବ ନାହିଁ | ଅନ୍‌ଲାଇନ ଅଭିଯୋଗ ପରାଚାଳନା ବ୍ୟବସ୍ଥା "ସେଚ ସମାଧାନ" ଆଜି ଛାଷୀଭାଇ ମାନଙ୍କ ପାଇଁ ଏହି ସୁଯୋଗ ଆଣିଛି | ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧା ଜଳସଂପଦ ବିଭାଗକୁ ଜଣାଇପାରିବେ |

ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟ ୫-ଟି କାର୍ଯ୍ୟକ୍ରମ ଆଜି ଚାଷୀ ଓ ଜଳସଂପଦ ବିଭାଗକୁ ସିଧାସଳଖ ଯୋଡି ପାରିଛି |

Naveen Patnaik

"ସେଚ ସମାଧାନ" ସହିତ ବିଜୁ କୃଷକ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା, ଶିଳ୍ପସଂସ୍ଥା ମାନଙ୍କ ପାଇଁ ଜଳ ଆବଣ୍ଟନ ଆବେଦନ ପକ୍ରିୟା ଏବଂ ବ୍ୟବସାୟିକ ଓ ଅନ୍ୟ ସଂସ୍ଥା ପାଇଁ ଆବେଦନ ପୋର୍ଟାଲ ଭଳି ୪ଟି ଗୋଟି ଅନ୍‌ଲାଇନ ସେବା ବ୍ୟବସ୍ଥାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭାରମ୍ଭ କରିଛନ୍ତି |
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଚାଷୀମାନେ ହେଉଛନ୍ତି ଜଳସମ୍ପଦ ବିଭାଗର ସର୍ବବୃହତ ହିତାଧିକାରୀ | ତେଣୁ ଏହି ଅନ୍‌ଲାଇନ ସେବା ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ଦିଗରେ ବିଶେଷ ସହାୟକ ହେବା ସହିତ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ବିଭାଗକୁ ଅଧିକ ଉତ୍ତରଦାୟୀ ଓ ସ୍ୱଚ୍ଛ ସେବା ପ୍ରଦାନରେ ସହାୟକ ହେବ | ଏହାସହିତ ବିଜୁ କୃଷକ ଯୋଜନାର ଆବେଦନ ପ୍ରକ୍ରିୟାକୁ ମଞ୍ଜୁର କରିବା ପାଇଁ କମ୍ ସମୟରେ ଉଚିତ୍ ପଦକ୍ଷେପ ନିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ସେହିପରି ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ପାଇଁ କରାଯାଇଥିବା ଅନ୍ ଲାଇନ ସେବା ମଧ୍ୟ ସେମାନଙ୍କ ପାଇଁ ବିଶେଷ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିବା ସହିତ ଲୋକଙ୍କୁ ନିଜ ଘର ପାଖରେ ସରକାରୀ ସେବା ଯୋଗାଇବା ପାଇଁ ଥିବା ଲକ୍ଷ୍ୟ ପୂରଣରେ ଏହା ସହାୟକ ହୋଇପାରିବ ବୋଲି ସେ କହିଛନ୍ତି | ଏହି ସେବା ବିଷୟରେ ବହୁଳ ଜନସଚେତନତା ଊପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ |
ଏହି ଅବସରରେ ଜଳସଂପଦ ବିଭାଗ ପକ୍ଷରୁ ଅନ୍ୟତମ ୫-ଟି ଲକ୍ଷ୍ୟ ଡିଜିଟାଲ ମଷ୍ଟର ରୋଲ୍‌ ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଜଳସଂପଦ ତଥା ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ଜଳସଂପଦ ବିଭାଗ ବୈଷୟିକ ଜ୍ଞାନକୌଶଳ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ୫-ଟି ଲକ୍ଷ୍ୟ ପୂରଣ କରିବା ସହିତ ଚାଷୀ ମାନଙ୍କୁ ଉନ୍ନତ ସେବା ଯୋଗାଇଦେବ ବୋଲି ପ୍ରକାଶ କରିଥିଲେ ।

ଆଜି ଲୋକାର୍ପିତ ଅନ୍‌ ଲାଇନ ଅଭିଯୋଗ ପରିଚାଳନା ବ୍ୟବସ୍ଥା ଦୁଇଟି ଭାଷାରେ ଉପଲବ୍ଧ ସେଚ ସମାଧାନ ମୋବାଇଲ ଆପ୍ । ଏହି ପଦ୍ଧତିରେ ଚାଷୀ ଜଳସଂପଦ ବିଭାଗ ଅଫିସକୁ ନ ଆସି ତାଙ୍କ ଅଭିଯୋଗ ଫଟୋ ବା ଭିଡିଓ ମୋବାଇଲ ଜରିଆରେ ପଠାଇଲେ, ତାଙ୍କୁ ଅଭିଯୋଗର ସ୍ଥିତି ସଂପର୍କରେ ଏସ୍ଏମ୍ଏସ୍ ଜରିଆରେ ସୂଚନା ଦିଆଯିବ ଏବଂ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ |

ସେହିପରି ବିଜୁ କୃଷକ ବିକାଶ ଯୋଜନାରେ ଗୋଷ୍ଠୀ ଉଠାଜଳସଚେନ ପ୍ରକଳ୍ପ ପାଇଁ ହୋଇଥିବା ଅନ୍ ଲାଇନ୍ ଆବେଦନ ପ୍ରକ୍ରିୟା ଦ୍ୱାରା ଚାଷୀମାନେ ସରକାରୀ ଅଫିନ ନ ଆସି, ନିଜ ମୋବାଇଲ ଫୋନ୍‌, କମ୍ପୁଟର କିମ୍ବା ଜନସେବା କେନ୍ଦ୍ରରୁ ଆବେଦନ କରିପାରିବେ |

ଶିଳ୍ପ କ୍ଷେତ୍ରକୁ ଜଳ ଆବଣ୍ଟନ ପାଇଁ ଜଳସଂପଦ ବିଭାଗ ତରଫରୁ Go Swift ପୋର୍ଟାଲକୁ ବିକଶିତ କରାଯାଇଛି | ଏହା ଜରିଆରେ ସେମାନେ ଅନ୍‌ ଲାଇନ ଆବେଦନ କରିପାରିବେ | ବାଣିଜ୍ୟିକ ଓ ଅନ୍ୟ ସଂସ୍ଥା ପାଇଁ ଜଳ ଆବେଣ୍ଟନ ପାଇଁ ମଧ୍ୟ ଜଳସଂପଦ ବିଭାଗ ତରଫରୁ ଅନ୍‌ଲାଇନ ପୋର୍ଟାଲ water allocationod.nic.in ବିକଶିତ କରାଯାଇଛି ।

ଏହି ପୋର୍ଟାଲ ଜରିଆରେ ଆବେଦନକରୀ ମାନଙ୍କୁ ଜଳର ଆବଣ୍ଟନ, ପରିମାଣ ହ୍ରାସ ବୃଦ୍ଧି ଇତ୍ୟାଦି ବିଷୟରେ ବିଭାଗ ତରଫରୁ ଅବଗତ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ବିଭାଗର ପ୍ରମୁଖ ସଚିବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ । ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+