ଜୁଲାଇ 1 ଯାଏଁ ରାଜ୍ୟରେ ଆଶିଂକ କୋହଳ ହେଲା ଲକଡାଉନ, ଜାରି ରହିବ ସପ୍ତାହନ୍ତ ସଟଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁ
ଉପକୂଳ ଅଞ୍ଚଳର 13ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟକୁ ସକାଳ 6 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋହଳ କରାଯାଇଛି ।
ଭୁବନେଶ୍ୱର : ଆସନ୍ତା କାଲି ସକାଳ 5ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ । ଏହାପରେ ଜୁଲାଇ ପହିଲା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ କଟକଣାରେ କିଛିଟା କୋହଳ କରାଯାଇଛି । ଉପକୂଳ ଅଞ୍ଚଳର 13ଟି ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟକୁ ସକାଳ 6 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କୋହଳ କରାଯାଇଛି ।

ସେହିପରି ସୁନ୍ଦରଗଡ଼, ଅବିଭକ୍ତ ସମ୍ବଲପୁର, ଅବିଭକ୍ତ ବଲାଙ୍ଗୀର, ଅବିଭକ୍ତ କୋରାପୁଟ, ଅବିଭକ୍ତ କନ୍ଧମାଳ ଓ ଅବିଭକ୍ତ ଗଞ୍ଜାମର 17 ଟି ଜିଲ୍ଲାରେ 17 ଟି ଜିଲ୍ଲାରେ ସକାଳ 7 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ସବୁ ଜିଲ୍ଲାରେ ଉଠାଦୋକାନ ଖୋଲା ରହିବ । କିନ୍ତୁ ଗ୍ରାହକମାନେ ପାର୍ସଲ ନେଇପାରିବେ । ଏନେଇ ସୂଚନାଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।
ଏହି ସମୟରେ ମର୍ଣ୍ଣିଂ ୱାକ୍ କରିବା ପାଇଁ ସକାଲ 6 ଟାରୁ 9 ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି । ପୂର୍ବପରି ସମସ୍ତ ଜିମ୍ ଓ ପାର୍କ ବନ୍ଦ ରହିବ । କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ମିଠା ଦୋକାନ ଖୋଲିବାକୁ ମିଳିଛି ଅନୁମତି । ବସ୍ ଚଳାଚଳ ବନ୍ଦ ରହିବ ।
ସାରା ରାଜ୍ୟରେ ଟୀକାକରଣ ଓ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟରେ ଯାଇପାରିବେ । ବ୍ୟାଙ୍କିଂ, କୃଷି ଏବଂ ପରିବହନ କାର୍ଯ୍ୟ ଜାରି ରହିବ । ସମସ୍ତ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ରହିବ । ନିର୍ମାଣ କାର୍ଯ୍ୟ ଜାରି ରହିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications