ଗାନ୍ଧୀ ମାର୍ଗରେ ହେବ 72ତମ ଗଣତନ୍ତ୍ର ଦିବସ : ରାଜ୍ୟପାଳ କରିବେ ପତାକା ଉତ୍ତୋଳନ

ଚଳିତ ବର୍ଷ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ କରି ରାଜ୍ୟସ୍ତରୀୟ 72ତମ ଗଣତନ୍ତ୍ର ଦିବସ ଗାନ୍ଧୀ ମାର୍ଗ ଠାରେ ପାଳନ କରାଯିବ ।

ଭୁବନେଶ୍ୱର : ଚଳିତ ବର୍ଷ କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ କରି ରାଜ୍ୟସ୍ତରୀୟ 72ତମ ଗଣତନ୍ତ୍ର ଦିବସ ଗାନ୍ଧୀ ମାର୍ଗ ଠାରେ ପାଳନ କରାଯିବ । ଏହି ଅବସରରେ 26ତାରିଖ ସକାଳ 8.30 ମିନିଟ୍ ସମୟରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

republic-day-odisha

କୋଭିଡ୍ ପରିପ୍ରେକ୍ଷୀରେ ଏଥର ଅପେକ୍ଷାକୃତ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ । ଟିଭି ତଥା ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରୁଥିଲେ । କିନ୍ତୁ ଗତ ବର୍ଷ 71ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଏଥିରେ ପରିବର୍ତ୍ତନ କରାଯାଇଥିଲା । କଟକ ପରିବର୍ତ୍ତେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହୋଇଥିଲା ଗଣତନ୍ତ୍ର ଦିବସ । ଗତଥର ଭଳି ଏ ବର୍ଷ ମଧ୍ୟ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+