ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ଗଠନ ହେଲା ଟାକ୍ସଫୋର୍ସ : 15 ଯାଏଁ ଦିନ ଶିମିଳିପାଳ ନିଆଁ ଉପରେ ଦିଆଯିବ ସୂଚନା
ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ଟାସ୍କଫୋର୍ସ । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ ।
ଭୁବନେଶ୍ୱର : ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଗଠନ କରିଛନ୍ତି ଟାସ୍କଫୋର୍ସ । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଗଠିତ ଏହି ଟାସ୍କଫୋର୍ସର ନାମ ରଖାଯାଇଛି 'ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ' ।

ଗଠନ ହୋଇଥିବା ଏହି ଟାସ୍କ ଫୋର୍ସ ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଉପାୟ ନେଇ ରାଜ୍ୟ ସରାକରଙ୍କୁ ସୁପାରିସ କରିବ ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ । ଜୈବ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି । ଅପରପକ୍ଷରେ ଆଜିଠାରୁ ଆସନ୍ତା 15 ଦିନ ଯାଏଁ ଗଠିତ ହୋଇଥିବା 'ଫରେଷ୍ଟ ଫାୟାର ମ୍ୟାନେଜମେଣ୍ଟ'ର ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ ବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ । ଏସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications